୩୧ରେ ରାଜଭବନ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୩୧ତାରିଖରେ ରାଜଭବନ ଧାରଣା କରିବ। ବିଜେପି ଏହି ପ୍ରସଙ୍ଗରେ ଗତକାଲି ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ କଂଗ୍ରେସର ରାଜଭବନ ଘେରାଉ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ […]

4321-4-750x430

4321-4-750x430

Tapas Behera
  • Published: Tuesday, 29 October 2019
  • Updated: 29 October 2019, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୩୧ତାରିଖରେ ରାଜଭବନ ଧାରଣା କରିବ। ବିଜେପି ଏହି ପ୍ରସଙ୍ଗରେ ଗତକାଲି ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ କଂଗ୍ରେସର ରାଜଭବନ ଘେରାଉ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ସ୍ମିତାରାଣୀଙ୍କ ମୃତ୍ୟୁର ଯାଂଚ କରିବାକୁ ଘଟଣାସ୍ଥଳକୁ ଯାଇଥିଲା। ଏହି ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ହେଉଛି। ତେଣୁ ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣା ପଛର ରହସ୍ୟ ଉଜାଗର ନିମନ୍ତେ ଏହାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ କଂଗ୍ରେସ ଦାବି କରିଆସୁଛି। ତେଣୁ ସିବିଆଇ ତଦନ୍ତ ଦାବିରେ ଆସନ୍ତା ୩୧ତାରିଖରେ ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ହେବ। ଏହାପରେ ରାଜ୍ୟପାଳଙ୍କୁ ଭେଟି ଦଳ ପକ୍ଷରୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ। ଏଥିରେ ଦଳର ବହୁ ନେତା ଓ କର୍ମୀମାନେ ଯୋଗ ଦେବେ ବୋଲି ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos