ଧାନ ବିଲରେ ୯ ଫୁଟ୍‌ର ଅହିରାଜ

ନୀଳଗିରି (ଓଡ଼ିଶା ରିପୋର୍ଟର): ଧାନ ବିଲରେ ଅହିରାଜ। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ କୁଲଡିହା ଅଭୟାରଣ୍ୟ ନିକଟରୁ ଏକ ଧାନ ଜମିରୁ ଉଦ୍ଧାର ହୋଇଛି ଏକ ଅହିରାଜ ସାପ। ଆସନବଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମିରେ ଏହି ୯ ଫୁଟ ଲମ୍ବର ଅହିରାଜ ସାପଟି ଜାଲରେ ଛନ୍ଦି ହୋଇପଡିଥିଲା। ଗାଁ ଲୋକେ ଏହା ଦେଖି ତୁରନ୍ତ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।