ସୋସିଆଲ୍ ମିଡିଆରେ ବ୍ରହ୍ମ ଫଟୋ: ପଚରାଉଚରା ପାଇଁ ପୁରୀରେ କ୍ରାଇମବ୍ରାଞ୍ଚ ଟିମ୍

କଟକ/ପୁରୀ : ସାମାଜିକ ଗଣମାଧ୍ୟମରେ ବହ୍ମଙ୍କ ବିଭ୍ରାନ୍ତିକର ଫଟୋ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚର ୪ ଜଣିଆ ତଦନ୍ତକାରୀ ଟିମ ବ୍ରହ୍ମ, ବିଗ୍ରହଙ୍କ ନିର୍ମାଣ ଓ ବିଗ୍ରହଙ୍କ ପତାଳି ଭଳି ନୀତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟର ପି.ଆର.ଓ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ନୀତି ଗୁଡିକ କ’ଣ, କିଭଳି ଓ କେଉଁ କେଉଁ ସ୍ଥାନରେ ସମ୍ପାଦନ କରାଯାଇଥାଏ ? ସେ […]

puri

puri

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 10:09 AM IST

Sports

Latest News

puri

କଟକ/ପୁରୀ : ସାମାଜିକ ଗଣମାଧ୍ୟମରେ ବହ୍ମଙ୍କ ବିଭ୍ରାନ୍ତିକର ଫଟୋ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚର ୪ ଜଣିଆ ତଦନ୍ତକାରୀ ଟିମ ବ୍ରହ୍ମ, ବିଗ୍ରହଙ୍କ ନିର୍ମାଣ ଓ ବିଗ୍ରହଙ୍କ ପତାଳି ଭଳି ନୀତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟର ପି.ଆର.ଓ ଓ ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ନୀତି ଗୁଡିକ କ'ଣ, କିଭଳି ଓ କେଉଁ କେଉଁ ସ୍ଥାନରେ ସମ୍ପାଦନ କରାଯାଇଥାଏ ? ସେ ସ୍ଥାନ ଗୁଡିକୁ କ୍ୟାମେରା ବା ମୋବାଇଲ ଯିବାର ସମ୍ଭାବନା ରହିଥାଏ କି ? ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ କିପରି ପରିଚାଳନା କରାଯାଇଥାଏ ? ଏହି ଭଳି ଅନେକ ତଥ୍ୟ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରୁ ସଂଗ୍ରହ କରିଛନ୍ତି । ଆଗକୁ ବିଗ୍ରହ ନିର୍ମାଣ ଠାରୁ ଆରମ୍ଭ କରି ବ୍ରହ୍ମ ପରିପର୍ତ୍ତନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଜଡିତ ଥିବା ଦଇତାପତି ଏବଂ ଅନ୍ୟ ସେବାୟତମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚର ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣାପଡିଛି। ତେବେ ଏଗୁଡିକ ଗୁପ୍ତ ରୀତିନୀତି ହୋଇଥିବାରୁ ତଦନ୍ତ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ୱନ କରୁଛି କ୍ରାଇମବ୍ରାଞ୍ଚ। ବ୍ରହ୍ମ, ବିଗ୍ରହଙ୍କ ନିର୍ମାଣ ଓ ବିଗ୍ରହଙ୍କ ପତାଳି ଭଳି ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ଫଟୋ ଗୁଡିକର ବାସ୍ତବିକତାର ସହ କୌଣସି ସମ୍ପର୍କ ନାହିଁ ବା ଏଗୁଡିକ ବିଭ୍ରାନ୍ତିକର ଫଟୋଗ୍ରାଫ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଗତ ମାସ ୨୯ ତାରିଖରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜିଙ୍କୁ ଏକ ପତ୍ର ଲେଖି ଏହି ପତ୍ରକୁ ଏଫ.ଆଇ.ଆର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିବାକୁ ସମ୍ପୃକ୍ତ ପତ୍ରରେ ଅନୁରୋଧ କରିଥିଲେ। ଏହାର ଗୋଟିଏ ଦିନ ପରେ କ୍ରାଇମବ୍ରାଞ୍ଚ ଆଇ.ପି.ସିର ଧାରା ୨୯୫ (ଏ) ଏବଂ ୪୬୫ରେ  ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ଜଣ ଇନ୍ସପେକ୍ଟର ଓ ଜଣେ ସବ ଇନ୍ସପେକ୍ଟରଙ୍କୁ ନେଇ ଏକ ଏସ.ଆଇ.ଟି ଗଠନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ’ଫେସବୁକ’ ଓ ’ୱାଟସ୍ ଆପ’ରେ ପ୍ରଦର୍ଶିତ ହେଉଥିବା ତଥା କଥିତ ବିଭ୍ରାନ୍ତିକର ଫଟୋଗୁଡିକୁ ସଂଗ୍ରହ କରାଯାଇଛି। ମୁଖ୍ୟତଃ ଫଟୋ ଗୁଡିକର ଉତ୍ପତି ସ୍ଥଳ ବା କେଉଁ କମ୍ପ୍ୟୁଟରରୁ ପ୍ରଥମେ ଫେସବୁକ ବା ଇଣ୍ଟରନେଟରେ ଅପଲୋଡ୍ କରାଯାଇଥିଲା। ତେବେ  ’ଫେସବୁକ’ରେ ପ୍ରଦର୍ଶିତ ଫଟୋ ଗୁଡିକ ପ୍ରଥମେ କେଉଁ କମ୍ପ୍ୟୁଟରୁ ଅପଲୋଡ ହୋଇଥିଲା ତାର ଆଇ.ପି ଆଡେରେସକୁ ଖୋଜି ବାହାର କରିବା ଅତି ସହଜ ମାତ୍ର "ୱାଟସ୍ ଆପ'ରେ ପ୍ରଦର୍ଶିତ ହେଉଥିବା ଫଟୋକୁ ନେଇ ସମସ୍ୟା ଦେଖାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୁଚନା ଦେଇଛନ୍ତି। ତେବେ ଏହା ଏକ ଜଟିଳ ମାମଲା ହୋଇଥିବାରୁ ତଦନ୍ତ ସମୟରେ ଏକ୍ସପଟମାନଙ୍କର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story