ପୁଲିସ୍‌ ହେପାଜତରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଥିବା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ  ଏବେ ପୁଲିସ୍‌ ହେପାଜତରେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ସୌମ୍ୟଜିତଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ଏହି ଘଟଣାରେ କମିଶନରେଟ ପୁଲିସ୍‌ ତାଙ୍କୁ ପଚରାଉଚରା କରିପାରେ ବୋଲି ଜଣାଯାଇଛି । ଶ୍ୱେତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସୌମ୍ୟଜିତ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହି ଅଭିଯୋଗରେ ଗତକାଲିଠୁ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫାରେ ମାମଲା […]

sweta & soumya

sweta & soumya

Niharika Rout
  • Published: Wednesday, 24 August 2022
  • Updated: 24 August 2022, 11:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଥିବା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ  ଏବେ ପୁଲିସ୍‌ ହେପାଜତରେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ସୌମ୍ୟଜିତଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ଏହି ଘଟଣାରେ କମିଶନରେଟ ପୁଲିସ୍‌ ତାଙ୍କୁ ପଚରାଉଚରା କରିପାରେ ବୋଲି ଜଣାଯାଇଛି ।

ଶ୍ୱେତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସୌମ୍ୟଜିତ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହି ଅଭିଯୋଗରେ ଗତକାଲିଠୁ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫାରେ ମାମଲା ରୁଜୁ କରି ଖୋଜୁଥିବା ପୁଲିସ୍‌ ଆଜି ତାଙ୍କୁ ନିଜ ହେପାଜତକୁ ନେଇଛି। ତେବେ ପୁଲିସ୍‌ କେଉଁଠୁ ଓ କିପରି ସୌମ୍ୟଜିତଙ୍କୁ କାବୁ କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶନିବାର ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇ କବାଟ ବାଡ଼େଇ ଭାଙ୍ଗିଥିଲା। ଏହାପରେ ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା।

ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ  ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ଜଣାପଡ଼ିଥିଲା। କିନ୍ତୁ  ସୌମ୍ୟଜିତ୍ ତାଙ୍କ ଫୋନ ଉଠାଇ ନଥଲେ । ଏହାବାଦ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳୁଛି।

ନିଜ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ଶ୍ୱେତାଙ୍କ ବାପାମା’ । ଏନେଇ ତାଙ୍କ ବାପା କହିଛନ୍ତି, ସୌମ୍ୟଜିତ ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ।

ଏହାବାଦ ସୌମ୍ୟଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ ଗୁହାରୀ କରିଛନ୍ତି ଶ୍ୱେତାଙ୍କ ମା’ । ସେ  କହିଛନ୍ତି,  ସୌମ୍ୟଜିତ ମୋ ଝିଅପ୍ରତି ବହୁତ ଅନ୍ୟାୟ କରିଛି। ତାକୁ ଉଚିତ ଦଣ୍ଡ ଦିଆଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos