ସନ୍ଧ୍ୟାରୁ ଶୋଇଲେ ଶ୍ରୀଜୀଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାତି ୭.୩୫ରେ ଶୋଇଲେ ମହାପ୍ରଭୁ। ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ଥିବାରୁ ଶ୍ରୀମନ୍ଦିରରେ ଆଜି ରାତ୍ର ପହୁଡ଼ ନୀତି ଶୀଘ୍ର ଶେଷ କରି ଦିଆଯାଇଛି। ସନ୍ଧ୍ୟା ୬.୪୦ରେ ଶ୍ରୀଜୀଉମାନଙ୍କ ବଡ଼ ସିଂହାର ବେଶ ସରିବା ପରେ ସନ୍ଧ୍ୟା ୭.୩୫ରେ ବଡ଼ସିଂହାର ଭୋଗ କରାଯାଇ ରାତ୍ର ପହଡ଼ ହୋଇଥିଲା। ଆଜି ରାତି ୧୨ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ପରେ ଦ୍ୱାରଫିଟା ସହ ଭୋର୍ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ […]

solar

solar

Niranjan Mishra
  • Published: Monday, 24 October 2022
  • Updated: 24 October 2022, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାତି ୭.୩୫ରେ ଶୋଇଲେ ମହାପ୍ରଭୁ। ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ ଥିବାରୁ ଶ୍ରୀମନ୍ଦିରରେ ଆଜି ରାତ୍ର ପହୁଡ଼ ନୀତି ଶୀଘ୍ର ଶେଷ କରି ଦିଆଯାଇଛି। ସନ୍ଧ୍ୟା ୬.୪୦ରେ ଶ୍ରୀଜୀଉମାନଙ୍କ ବଡ଼ ସିଂହାର ବେଶ ସରିବା ପରେ ସନ୍ଧ୍ୟା ୭.୩୫ରେ ବଡ଼ସିଂହାର ଭୋଗ କରାଯାଇ ରାତ୍ର ପହଡ଼ ହୋଇଥିଲା। ଆଜି ରାତି ୧୨ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ପରେ ଦ୍ୱାରଫିଟା ସହ ଭୋର୍ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଆସନ୍ତାକାଲି ଅପରାହ୍ଣ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ଶେଷ ପରେ ଶ୍ରୀଜୀଉଙ୍କ ମହାସ୍ନାନ ହେବ।

ସେପଟେ ସୂର୍ଯ୍ୟପରାଗ ବିଜ୍ଞାନ ମତରେ କେବଳ ଛାଇ ଆଲୁଅର ଖେଳ ବ୍ୟତୀତ ଆଉ କିଛି ନୁହେଁ ବୋଲି କୁହାଯାଇଥିବା ବେଳେ ସୂର୍ଯ୍ୟପରାଗ ମଣିଷ ଉପରେ ପ୍ରଭାବ ପକାଏ ବୋଲି ଦାବି କରନ୍ତି ଜ୍ୟୋତିର୍ବିଦ୍। ତେବେ ଯିଏ ଯେଉଁ ଯୁକ୍ତିକୁ ବିଶ୍ୱାସ କରନ୍ତୁ ନା କାହିଁକି, ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ଘଟଣାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେବା ସ୍ୱାଭାବିକ।

ପଶ୍ଚିମ ଦିଗ୍‌ବଳୟରେ ଆସନ୍ତାକାଲି ଘଟିବ ଚଳିତବର୍ଷର ଦ୍ୱିତୀୟ ତଥା ଅନ୍ତିମ ସୂର୍ଯ୍ୟପରାଗ। ଏହି ଆଂଶିକ ସୂର୍ଯ୍ୟପରାଗ ଆସନ୍ତାକାଲି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ। ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଏହି ଦୃଶ୍ୟ ଦେଖାଯିବ। ଯଦି ଆକାଶ ମେଘୁଆ ନ ରୁହେ ତେବେ ଲୋକେ ଏହା ଦେଖିପାରିବେ। ବଙ୍ଗୋପସାଗର ଦେଇ ମାଡ଼ି ଆସୁଥିବା ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳର ଆକାଶ ମେଘାଚ୍ଛନ୍ନ ରହିବ। ତେଣୁ ଏହି ବିରଳ ଦୃଶ୍ୟ ଦେଖିବା କେତେଦୂର ସମ୍ପବ ହେଉଛି, ତାହା ଆସନ୍ତାକାଲି ଜଣାପଡ଼ିବ।

ଏହି ମହାଜାଗତିକ ଦୃଶ୍ୟ ବେଳେ ଏଠାରେ ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ଅଦୃଶ୍ୟ ହେବ। ବୈଜ୍ଞାନିକ ମତରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ, ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ। ତେବେ ସୂର୍ଯ୍ୟକୁ କିମ୍ବା ସୂର୍ଯ୍ୟପରାଗକୁ କଦାପି ଖାଲି ଆଖିରେ ନଦେଖିବାକୁ ସତର୍କ କରିଛନ୍ତି ବୈଜ୍ଞାନିକ। ଅନ୍ୟପକ୍ଷରେ ସୂର୍ଯ୍ୟପରାଗ ବେଳେ ପାକତ୍ୟାଗ ଓ ଅନ୍ୟ କଟକଣାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ବୈଜ୍ଞାନିକ।

ଜ୍ୟୋତିର୍ବିଦଙ୍କ ମତରେ, ଆସନ୍ତାକାଲି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ପଡ଼ୁଛି। ସୂର୍ଯ୍ୟପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି। ଗ୍ରହଣ ସ୍ପର୍ଶ ମଙ୍ଗଳବାର ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି।

ଆସନ୍ତାକାଲି ସୂର୍ଯ୍ୟପରାଗ ହେଉଥିବା ବେଳେ ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story