ପୁଅର ନୃଶଂସ କାଣ୍ଡ, ଜନ୍ମକଲା ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଲା

କୋଣାର୍କ (ସଞ୍ଜୟ ପତି): ଯେଉଁ ମାଆ ଦିନେ ଗର୍ଭରେ ଧାରଣ କରିଥିବା ଶିଶୁକୁ ଦୁନିଆକୁ ଆଣିଥିଲେ, ଆଉ ତା’ର ହାତ ଧରି ଦୁନିଆ ଦାଣ୍ଡରେ ଚାଲିବା ଶିଖାଇଥିଲେ, ତା’ର ସବୁ ଅଳି ଅର୍ଦ୍ଦଳିକୁ ସହ୍ୟ କରି ରାତି ରାତି ଅନିଦ୍ରା ରହି ସନ୍ତାନର ସେବା କରୁଥିଲେ ସେଇ ଜନ୍ମଦାତ୍ରୀ ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଛି ପୁଅ। ସେ ମାଆ ଭାବିଥିଲେ, ବାର୍ଦ୍ଧକ୍ୟ ବେଳେ ପିଲା ମୋର ଆଶାବାଡ଼ି ହେବ। ଦୁଃଖ ବେଳେ ଆଖିରୁ ଲୁହ ପୋଛିଦେବ। […]

nemapada1111

nemapada1111

Manoranjan Sial
  • Published: Friday, 12 July 2019
  • Updated: 12 July 2019, 10:38 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଯେଉଁ ମାଆ ଦିନେ ଗର୍ଭରେ ଧାରଣ କରିଥିବା ଶିଶୁକୁ ଦୁନିଆକୁ ଆଣିଥିଲେ, ଆଉ ତା’ର ହାତ ଧରି ଦୁନିଆ ଦାଣ୍ଡରେ ଚାଲିବା ଶିଖାଇଥିଲେ, ତା’ର ସବୁ ଅଳି ଅର୍ଦ୍ଦଳିକୁ ସହ୍ୟ କରି ରାତି ରାତି ଅନିଦ୍ରା ରହି ସନ୍ତାନର ସେବା କରୁଥିଲେ ସେଇ ଜନ୍ମଦାତ୍ରୀ ମାଆକୁ ଗାଁ ଦାଣ୍ଡରେ ଘୋଷାରି ପିଟିଛି ପୁଅ। ସେ ମାଆ ଭାବିଥିଲେ, ବାର୍ଦ୍ଧକ୍ୟ ବେଳେ ପିଲା ମୋର ଆଶାବାଡ଼ି ହେବ। ଦୁଃଖ ବେଳେ ଆଖିରୁ ଲୁହ ପୋଛିଦେବ। କିନ୍ତୁ ମାଆର ସେହି ଆଶା, ଆଶାରେ ରହିଗଲା। ପୁଅ ସବୁ କିଛି ଭୁଲିଗଲା ଏବଂ ନୃଶଂସ ପାଲଟି ମାଆକୁ ଦେଲା ଅକଥନୀୟ ନିର୍ଯାତନା। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ହାଟସାହିରେ।

ଅମ୍ମୁଣିଆପାଟଣା ଗାଁ ହାଟସାହିରେ ବାସ କରନ୍ତି ସାରଦା ବେହେରା (୭୫)। ବର୍ଷେ ତଳେ ସ୍ୱାମୀଙ୍କୁ ହରାଇଥିଲେ ସାରଦା। ବଢ଼ିଲା ପୁଅ ବାସୁ ଓ ଝିଅ ମିନତୀକୁ ନେଇ ତାଙ୍କ ପରିବାର। ଦାରିଦ୍ର୍ୟ ତାଙ୍କ ଚାରି ପଟେ ବେଡ଼ି ପରି ଗୁଡ଼ାଇ ରହିଛି। ଘର ଛପରରେ ଥିବା କଣାରେ ଦିନରେ ସୂର୍ଯ୍ୟ ଓ ରାତିରେ ଚାନ୍ଦ ଦେଖାଯାଉଛି। ମିନତୀ ଗାଁ ସ୍କୁଲରେ ରୋଷେଇ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର।

ସୂଚନା ଅନୁଯାୟୀ, ପୁଅ ବାସୁ ଚାହୁଁଥିଲା ଗୋଟିଏ ଦୋକାନ କରିବ। ମାତ୍ର ସମ୍ୱଳ ନଥିବାରୁ ସେ ଜମି ବିକ୍ରି କରିବା ପାଇଁ ମାଆଙ୍କୁ ବାରମ୍ୱାର କହୁଥିଲା। ମାତ୍ର ଏଥିରେ ସେ ରାଜି ହେଉନଥିଲେ। ଯାହାକୁ ନେଇ ମାଆ ଓ ପୁଅଙ୍କ ମଧ୍ୟରେ ଅନେକ ସମୟରେ ବଚସା ହେଉଥିଲା। ଏପରିକି ନିଶାସକ୍ତ ଅବସ୍ଥାରେ ଜନ୍ମକଲା ମାଆଙ୍କୁ ବାସୁ ସର୍ବ ସମ୍ମୁଖରେ ମାଡ଼ ମାରୁଥିଲେ। ହେଲେ ସାହି ପଡ଼ିଶା କେହି ପ୍ରତିବାଦ କରୁନଥିଲେ।

ଦୁଇଦିନ ତଳେ ବାସୁର ନିର୍ଯାତନା ଅସହ୍ୟ ହୋଇଥିଲା। ବିଚ୍‌ ରାସ୍ତାରେ ମାଆର ଚୁଟି ଟାଣି ମାଡ଼ ମାରୁଥିଲା ବାସୁ। ଏପରିକି ରାସ୍ତାରେ ଘୋଷାରି ଘୋଷାରି କେତେବେଳେ ତାଙ୍କ ମୁଣ୍ଡକୁ ବାଡ଼ଉଥିଲା ତ ଆଉ କେତେବେଳେ ନିଶାରେ ଥାଇ ଅଶ୍ଳୀଳ ଗାଳି ଦେଉଥିଲା। ପୁଅର ଏଭଳି 'ବୀରତ୍ୱପୂର୍ଣ୍ଣ' କାରବାରର ପ୍ରମାଣ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଅବଶ୍ୟ ପୁଅ ବାସୁର ନିଷ୍ଠୁରତା ସୀମା ଟପିଯିବାରୁ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ତେଣେ ଝିଅ ମିନତୀଙ୍କ ଅଭିଯୋଗ କ୍ରମେ ନିମାପଡ଼ା ଥାନା ପୁଲିସ ବାସୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାରୁ ପ୍ରକାଶ, ବାସୁଙ୍କର ବିବାହ ହୋଇଥିଲା। ମାତ୍ର ସେ ସବୁବେଳେ ନିଶାସକ୍ତ ରହୁଥିଲେ ଏବଂ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଯେଉଁଥି ପାଇଁ ପତ୍ନୀ ଘର ଛାଡ଼ି ଚାଲି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story