ସୋନପୁର: ଫି’ ବୃଦ୍ଧି ପ୍ରତିବାଦରେ ବୀରମହାରାଜପୁର କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସୋନପୁର: କଲେଜର ଫି ବୃଦ୍ଧି ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଗତ ବର୍ଷର ଯୁକ୍ତ ଦୁଇ ଛାତ୍ରଙ୍କ ଫି’ ମାତ୍ର ୧୨୦୦ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ରିଆଡମିସନ ଫି’କୁ ୨୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଫି’ କମାଇବା ନେଇ ବାରମ୍ବାର ଦାବି କରିବା ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ ଆଜି ବାଧ୍ୟ ହୋଇ ଆନ୍ଦୋଳନ […]

sonpurstrike

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 11:59 AM IST

ସୋନପୁର: କଲେଜର ଫି ବୃଦ୍ଧି ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଗତ ବର୍ଷର ଯୁକ୍ତ ଦୁଇ ଛାତ୍ରଙ୍କ ଫି’ ମାତ୍ର ୧୨୦୦ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ରିଆଡମିସନ ଫି’କୁ ୨୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଫି’ କମାଇବା ନେଇ ବାରମ୍ବାର ଦାବି କରିବା ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ ଆଜି ବାଧ୍ୟ ହୋଇ ଆନ୍ଦୋଳନ କରାଯାଇଛି।

Related story