୧୦ ଡିଗ୍ରୀ ତଳେ ୯ ସହର ; ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କେନ୍ଦୁଝରରେ ୫.୬,  ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ତାପମାତ୍ରା ରହିଛି। […]

winter

Jyoshna Pradhan
  • Published: Saturday, 28 December 2019
  • , Updated: 28 December 2019, 09:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି।

ସେହିପରି କେନ୍ଦୁଝରରେ ୫.୬,  ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ତାପମାତ୍ରା ରହିଛି।

ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ୨ ଦିନ ହେବ ହଠାତ୍ ଖସିଛି ପାରଦ । କୋଇଡା ଓ ଟେନସା ଅଞ୍ଚଳର କିଛି ସ୍ଥାନରେ ବରଫପାତ ହୋଇଥିବା ସୂଚନା ମିଳିଛି। ବାହାରେ ଥିବା ଗାଡ଼ିଗୁଡ଼ିକ ଉପରି ଭାଗରେ ଜମି ରହିଛି ବରଫ ଆସ୍ତରଣ।

Related story