ଋଣଭାର କାରଣରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମାଣିକପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଚକ୍ରଧର ରାଜହଂସ। ଋଣଭାର କାରଣରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଚକ୍ରଧର ମୁର୍ଷୁଣ୍ଡି ଷ୍ଟେଟ୍‌ ବ୍ୟାଙ୍କରୁ ୫୦,୦୦୦ ଓ ମୁର୍ଷୁଣ୍ଡି ସେବା ସମବାୟ ସମିତିରୁ ୫୫,୦୦୦ ଟଙ୍କା ସମେତ ଅନ୍ୟ ଦୁଇଟି ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ ସଂସ୍ଥାରୁ ଋଣ କରିଥିଲେ। ଗତବର୍ଷ ସେ ଧାନ ଚାଷ […]

chakradhara

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 07:58 AM IST

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମାଣିକପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଚକ୍ରଧର ରାଜହଂସ। ଋଣଭାର କାରଣରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଚକ୍ରଧର ମୁର୍ଷୁଣ୍ଡି ଷ୍ଟେଟ୍‌ ବ୍ୟାଙ୍କରୁ ୫୦,୦୦୦ ଓ ମୁର୍ଷୁଣ୍ଡି ସେବା ସମବାୟ ସମିତିରୁ ୫୫,୦୦୦ ଟଙ୍କା ସମେତ ଅନ୍ୟ ଦୁଇଟି ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ ସଂସ୍ଥାରୁ ଋଣ କରିଥିଲେ।

ଗତବର୍ଷ ସେ ଧାନ ଚାଷ କରିଥିଲେ। ତେବେ ମରୁଡ଼ି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲେ। ଏ ବର୍ଷ ଋଣ କରି ବାଇଗଣ ଚାଷ କରିଥିଲେ। କିନ୍ତୁ ପୋକ ଲାଗି ଫସଲ ଉଜୁଡ଼ି ଯାଇଥିଲା। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story