ଅସମ୍ଭାଳ ତାତି; ଆଜି କଲା ରେକର୍ଡ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସମ୍ଭାଳ ହେଲାଣି ତାତି। ପ୍ରତିଦିନ ନୂଆ ନୂଆ ରେକର୍ଡ ଭାଙ୍ଗୁଛି ତାତି। ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ପୁଣି ଆଜି ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଗକୁ ଦିନର ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୪ ଡ଼ିଗ୍ରୀ ସହ ସୋନପୁର ଆଜି ରାଜ୍ୟର ଉତ୍ତପ୍ତ ସହର #୯ସହର ରେ ଦିନ ତାପମାତ୍ରା #୪୨ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ
ପୁଣି ଆଜି #୨୧ସହରରେ #୪୦ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ pic.twitter.com/1NkNl82EAY
— Meteorological Centre, Bhubaneswar (@mcbbsr) April 19, 2022
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୮.୭ ଡିଗ୍ରୀ, କଟକରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ବାରିପଦାରେ ୪୧.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, କେନ୍ଦୁଝରରେ ୪୦.୨ ଡିଗ୍ରୀ, ସମ୍ୱଲପୁରରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ, ହୀରାକୁଦରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି।
ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି
୪୪.୪ ଡ଼ିଗ୍ରୀ ତାତି ସହ #ସୋନପୁର ରାଜ୍ୟର ଉତ୍ତପ୍ତ ସହର pic.twitter.com/jcY5FWuKJa
— Meteorological Centre, Bhubaneswar (@mcbbsr) April 19, 2022
ସେହିପରି ଭବାନୀପାଟଣାରେ ୪୨.୦ ଡିଗ୍ରୀ, ବଲାଙ୍ଗିରରେ ୪୪.୩ ଡିଗ୍ରୀ, କୋରାପୁଟରେ ୩୬.୨ ଡିଗ୍ରୀ, ଫୁଲବାଣୀରେ ୩୯.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୦.୬ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ, ଭଦ୍ରକରେ ୪୦.୦ ଡିଗ୍ରୀ, ଢେଙ୍କାନାଳରେ ୪୦.୦ ଡିଗ୍ରୀ, ଦେବଗଡ଼ରେ ୪୨.୦ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ନୂଆପଡ଼ାରେ ୪୧.୦ ଡିଗ୍ରୀ, ନବରଙ୍ଗପୁରରେ ୩୭.୪ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୦ ଡିଗ୍ରୀ, ଜଗତସିଂହପୁରରେ ୩୫.୦ ଡିଗ୍ରୀ, ସୋନପୁରରେ ୪୪.୪ ଡିଗ୍ରୀ, ବୌଦ୍ଧରେ୪୩.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୦ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
#ବଲାଙ୍ଗୀର ରେ ଅସହ୍ୟ ତାତି ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡ଼ିଗ୍ରୀ ରେକର୍ଡ @CollectorBgr pic.twitter.com/YQeXMVojKz
— Meteorological Centre, Bhubaneswar (@mcbbsr) April 19, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।