ଜାନୁୟାରୀରେ ଓଡ଼ିଶା ଆସିବେ ସୋନିଆ ଗାନ୍ଧି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆସନ୍ତା ଜାନୁୟାରୀ ତୃତୀୟ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାରେ ସୋନିଆଙ୍କ ଗସ୍ତ ବେଶ୍ ସହାୟକ ବୋଲି ପିସିସି ସୂତ୍ରରୁ ସୂଚନା ମିଳିଛି।

ଅବଶ୍ୟ ସୋନିଆଙ୍କ ଗସ୍ତକୁ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସିନାହିଁ। ଜାନୁୟାରୀ ପ୍ରଥମ ସପ୍ତାହରେ ପିସିସି ପ୍ରଭାରୀ ଏ.ଚେଲାକୁମାର ଓଡ଼ିଶା ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ହିଁ ସୋନିଆଙ୍କ ଗସ୍ତ କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ପିସିସିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।