ଏନକାଉଣ୍ଟରରେ ସନ୍ତୋଷ ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ସନ୍ତୋଷର ୨ଟି ‌ଆଣ୍ଠୁରେ ଗୁଳି ବାଜିଛି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  ତା’ ନିକଟରୁ ପିସ୍ତଲ, ଅଫୁଟା ଗୁଳି ଓ ବାଇକ ଜବତ  କରାଯାଇଛି।

ଆଜି ଭୋର ୪ଟାରେ ଏହି ଏନକାଉଣ୍ଟର ହୋଇଛି।  ସନ୍ତୋଷ ନାଁରେ ୧୬ଟି ମାମଲା ରହିଛି। ସନ୍ତୋଷର ଘର ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡାଦେଉଳି ଗାଁରେ।  ତା’ର ଆଉ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।