ଖୋଲିବ ଏକାଦଶ ଓ ଅଷ୍ଟମ ଶ୍ରେଣୀ, ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜା ଛୁଟି ପରେ ଅର୍ଥାତ ୨୧ରେ ଏକାଦଶ ଓ ୨୫ ତାରିଖରେ ଖୋଲିବ ଅଷ୍ଟମ ଶ୍ରେଣୀ। ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ୍‌। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ। ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। […]

Class Room

Class Room

Manoranjan Sial
  • Published: Friday, 15 October 2021
  • Updated: 15 October 2021, 03:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜା ଛୁଟି ପରେ ଅର୍ଥାତ ୨୧ରେ ଏକାଦଶ ଓ ୨୫ ତାରିଖରେ ଖୋଲିବ ଅଷ୍ଟମ ଶ୍ରେଣୀ। ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ୍‌। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ। ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ମନା।

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଛି ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। ସ୍କୁଲ ଯାଉ ନାହାନ୍ତି। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ କଲେ। ମାତ୍ର ନେଟ୍‌ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍‌ ଫୋନ୍‌ ନଥିବାରୁ ବହୁ ପିଲା ଅନ୍‌ଲାଇନ୍‌ କ୍ଲାସରୁ ବଞ୍ଚିତ ହେଉଥିଲେ। ଆଉ କିଛି ପିଲା ପାଠ ପଢ଼ା ଛାଡ଼ି ବାପା-ମାଆଙ୍କୁ କ୍ଷେତରେ ସହଯୋଗ କରୁଥିବା ଦେଖିବାକୁ ମିଳୁଥିଲା। ଏପରି ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚିନ୍ତା ପ୍ରକଟ କରିଥିଲେ ରାଜ୍ୟର ଶିକ୍ଷାବିତ ଓ ବୁଦ୍ଧିଜୀବୀ। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛନ୍ତି।

ଦେଖିବାକୁ ଗଲେ ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନେ ଅଫଲାଇନ୍‌ରେ ପାଠ ପଢ଼ୁଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ସ୍କୁଲ ଆସି ପାଠ ପଢ଼ୁଛନ୍ତି। ପିଲାମାନେ ମାସ୍କ ପିନ୍ଧି ଓ ସାନିଟାଇଜ୍‌ ହୋଇ କ୍ଲାସ୍‌ରେ ବସି ପାଠ ପଢ଼ୁଛନ୍ତି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନେଇନାହାନ୍ତି ସରକାର। ତେବେ ଶୀଘ୍ର ସ୍କୁଲ ଖୋଲିବାକୁ ସାଧାରଣରେ ଦାବି ହେଉଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos