ଶ୍ୱେତାଙ୍କ ବୟଫ୍ରେଣ୍ଡଙ୍କ ପତ୍ତା ମିଳୁନି, ବାପା କହିଲେ-ଝିଅକୁ ମରିବାକୁ ବାଧ୍ୟ କରିଥିଲା ସୌମ୍ୟଜିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ସୌମ୍ୟଜିତ ମହାପାତ୍ର ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ।’ ରାଜଧାନୀରେ ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ କୋହଭରା […]

sweta

sweta

Niharika Rout
  • Published: Tuesday, 23 August 2022
  • Updated: 23 August 2022, 01:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ସୌମ୍ୟଜିତ ମହାପାତ୍ର ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ।’ ରାଜଧାନୀରେ ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ କୋହଭରା କଣ୍ଠରେ ଏପରି ଅଭିଯୋଗ କରିଛନ୍ତି ତାଙ୍କ ବାପା।

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ବୟଫ୍ରେଣ୍ଡଙ୍କୁ ପରିବାର ଲୋକେ ଦାୟୀ କରୁଥିବା ବେଳେ ତାଙ୍କର କିନ୍ତୁ ପତ୍ତା ମିଳୁନି। ଏହି ଘଟଣାକୁ ୫ ଦିନ ବିତିବାକୁ ବସିଥିବା ବେଳେ ସୌମ୍ୟଜିତ ଏବେ କେଉଁଠି ସେ ନେଇ କାହା ପାଖରେ ସୂଚନା ନାହିଁ। ଏହି ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ସୌମ୍ୟଜିତଙ୍କୁ ନୋଟିସ କରାଯିବା ସହ ୩୦୬ ଦଫା ଲାଗିଛି।

ଶ୍ୱେତାଙ୍କ ବାପା ଚନ୍ଦ୍ରଶେଖରପୁର ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ସୌମ୍ୟଜିତ କିଛି ଭିଜୁଆଲ ଭାଇରାଲ କରିବାର ଧମକ ଦେଇ ଝିଅକୁ ବ୍ଲାକମେଲ୍ କରୁଥିଲେ। ସେ କହିଛନ୍ତି, ଶ୍ୱେତା ଓ ସୌମ୍ୟଜିତଙ୍କ ମଧ୍ୟରେ ଭଲ ସଂପର୍କ ଥିଲା। ସେମାନଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବାର ଧମକ ଦେଉଥିଲେ ସୌମ୍ୟଜିତ। ଏପରିକି ସେ ଅନ୍ୟ ଝିଅଙ୍କ ସହିତ ସଂପର୍କ ରଖି ନିର୍ଯାତନା ଦେବାରୁ ଶ୍ୱେତା ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୁଲିସ ଶ୍ୱେତାଙ୍କ ମୋବାଇଲ ଓ ଡାଏରୀ ଜବତ କରିଥିବା ବେଳେ ସେଥିରୁ ରହସ୍ୟ ଫିଟିବ ବୋଲି ଅନୁମାନ କରାଯାଉଛି।

ପୁଲିସ୍‌ ଶ୍ୱେତାଙ୍କ କଲ୍ ଡିଟେଲ୍ସ ବାହାର କରିଥିବା ବେଳେ ସେଥିରେ ଚାଞ୍ଚଲ୍ୟକର ତତ୍ୟ ରହିଛି। ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ୧୫ ଥର କଲ୍ କରିଥିଲେ ଶ୍ୱେତା। ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ସୌମ୍ୟଙ୍କୁ ମୋଟ ୧୫ ଥର କଲ୍ କରିଥିଲେ ଶ୍ୱେତା। ମାତ୍ର ଥରଟିଏ ବି ଶ୍ୱେତାଙ୍କ କଲ୍ ରିସିଭ୍ କରି ନ ଥିଲେ ସୌମ୍ୟ।

ପୁଲିସ୍‌ ସୌମ୍ୟଜିତଙ୍କୁ ଖୋଜାଖୋଜି କରିବାକୁ ତନାଘନା ଚଳାଇଥିବା ବେଳେ ତାଙ୍କର କିନ୍ତୁ ପତ୍ତା ମିଳୁନି। ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୁଲିସ୍‌ ଖୋଜିସାରିଛି। ତା’ ବାଦ ସେ ନିଜ ସମ୍ବଲପୁରସ୍ଥିତ ଘରେ ଅଛନ୍ତି ନା ନାହାନ୍ତି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ସୌମ୍ୟଜିତଙ୍କ ଘର ଆଗର ସିସିଟିଭି ଫୁଟେଜ୍ ଏବେ ସାମନାକୁ ଆସିଛି। ଗତକାଲି ରାତି ୧୦ଟା ୧୭ ବେଳେ ସୌମ୍ୟଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକ୍‌ରେ କୁଆଡ଼େ ବାହାରିଯାଇଥିଲେ। ତେବେ ପରେ ବାଇକ୍‌ରେ କେବଳ ଜଣେ ଫେରିଥିଲେ। ସୌମ୍ୟଜିତଙ୍କ ଘରୁ କିଏ ଦୁଇ ଜଣ ବାହାରୁ ଯାଇଥିଲେ ଏବଂ କାହାକୁ ଛାଡ଼ି ଅନ୍ୟ ବ୍ୟକ୍ତି ଜଣକ ଫେରିଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଗତକାଲି ରାତିରେ ପରିବାର ଲୋକେ ସୌମ୍ୟଜିତଙ୍କୁ ଫେରାର କରାଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ସଠିକ୍ ତଥ୍ୟ ମିଳିନାହିଁ। ଏନେଇ ସୌମ୍ୟଜିତଙ୍କ ପରିବାର ପକ୍ଷରୁ କେହି ମୁହଁ ଖୋଲୁନାହାନ୍ତି।

https://youtu.be/-EU1GLJU2sk

ଶ୍ୱେତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ସହ ଏକ ଅଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଶ୍ୱେତା ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ସହ କଥା କଟାକଟି ହୋଇଥିବା ଶୁଣିବାକୁ ମିଳିଛି।

ଏନେଇ ଶ୍ୱେତାଙ୍କ ବାପା କହିଛନ୍ତି, ମୁଁ ଏଯାଏ କୌଣସି ଏଫଆଇଆର କପି ପାଇନି। ସେ ମୋ ଝିଅକୁ ଶାରୀରିକ, ମାନସିକ, ଆର୍ଥିକ ଭାବେ ଶୋଷଣ କରି ଚାଲିଥିଲା। ୨୦ ତାରିଖରେ ପୁରୀରେ ମୋ ଝିଅର ଶବସତ୍କାର କରି ରାତିରେ ଫେରିଥିଲୁ। ୨୧ ତାରିଖ ଦିନ ୧୦ଟାରେ ସୌମ୍ୟ ତା’ ମା, ବାପା ଥାନାକୁ ଯାଇଥିଲେ। କିଛି ସମୟ ପରେ ବାହାରି ଚାଲିଯାଇଥିଲେ। ଉକ୍ତ ଦିନ ରାତିରେ ଏଫଆଇଆର ରୁଜୁ କଲି। ଖୁବ୍‌ ଶୀଘ୍ର ସୌମ୍ୟଜିତଙ୍କୁ ଖୋଜି ବାହାର କରିବ ବୋଲି ପୁଲିସ୍‌ ଆଶ୍ୱାସନା ଦେଇଛି। ମୋର ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି।

ସୌମ୍ୟ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ  ଗୁହାରୀ କରିଛନ୍ତି ଶ୍ୱେତାଙ୍କ ମା’ । ସେ  କହିଛନ୍ତି,  ସୌମ୍ୟଜିତ ମୋ ଝିଅପ୍ରତି ବହୁତ ଅନ୍ୟାୟ କରିଛି। ତାକୁ ଉଚିତ ଦଣ୍ଡ ଦିଆଯାଉ।

ଅନ୍ୟପଟେ ସୌମ୍ୟଜିତଙ୍କ ପଡ଼ୋଶୀ କହିଛନ୍ତି ଯେ ତାଙ୍କ ପରିବାର କାହା ସହ ଭଲରେ ମିଶନ୍ତି ନାହିଁ । ସେମାନେ ସବୁବେଳେ କଳହ କରୁଥିବା ଅଭିଯୋଗ ଆଣିଛନ୍ତି ପଡ଼ୋଶୀ। ଏହାକୁ ନେଇ ଥାନାରେ  ମଧ୍ୟ ମାମଲା ହୋଇଛି। ତେବେ ପଡ଼ୋଶୀଙ୍କ ଅଭିଯୋଗ ନେଇ ସୌମ୍ୟଜିତଙ୍କ ପରିବାରର ପ୍ରତିକ୍ରିୟା ମିଳିପାରିନାହିଁ ।

https://youtu.be/wihtZZ5Usy8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story