ବିଜେପିର ନିକଟତର ହେଉଛନ୍ତି ବିଜେଡି ସାଂସଦ: ସଲାସୁତୁରା ନା ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ପଛରେ ପକାଇ ଓ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ଆଭିମୁଖ୍ୟ ଏବେ ରାଜନୀତିକ ପଣ୍ଡିତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କ୍ରମାଗତ ପଞ୍ଚମ ପାଳି ସରକାର ଗଠନ କରିବା ପରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ପ୍ରତି ବିଜେଡି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ଏପଟେ ବିଜେପି ମଧ୍ୟ ବିଜେଡିର ଏଭଳି ପରିବର୍ତ୍ତିତ ଆଭିମୁଖ୍ୟକୁ ନିରବ ସମ୍ମତି ଜଣାଇବାକୁ ପଛାଉନାହିଁ। ବିଜେପି […]

BJDBJP

BJDBJP

Manoranjan Sial
  • Published: Monday, 15 July 2019
  • Updated: 15 July 2019, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସକୁ ପଛରେ ପକାଇ ଓ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ଆଭିମୁଖ୍ୟ ଏବେ ରାଜନୀତିକ ପଣ୍ଡିତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କ୍ରମାଗତ ପଞ୍ଚମ ପାଳି ସରକାର ଗଠନ କରିବା ପରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ପ୍ରତି ବିଜେଡି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି। ଏପଟେ ବିଜେପି ମଧ୍ୟ ବିଜେଡିର ଏଭଳି ପରିବର୍ତ୍ତିତ ଆଭିମୁଖ୍ୟକୁ ନିରବ ସମ୍ମତି ଜଣାଇବାକୁ ପଛାଉନାହିଁ। ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାକୁ ବିଜେଡି ଏବେ ପ୍ରୟାସ କରୁଥିବାବେଳେ ଏହା ବିଜେଡିର ଦୂରଗାମୀ ରଣନୀତିର ଅଂଶବିଶେଷ ନା ଆଗାମୀ ଦିନରେ ଉଭୟ ମିଶି ରାଜ୍ୟରେ ଶାସନ ନିମନ୍ତେ ଏବେଠୁ ସଲାସୁତୁରା କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବିଶେଷକରି ଦିଲ୍ଲୀ ଦରବାରରେ ବିଜେଡିର ୨୦ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ଏବେ ବିଜେପି ନେତାମାନଙ୍କ ଚାରିପଟେ ଘୁରି ବୁଲୁଥିବାରୁ ରାଜ୍ୟର ସାଧାରଣ ଭୋଟର ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେପରେ ସଂସଦ ଅଧିବେଶନ ଆରମ୍ଭ ହୋଇଥିବାରୁ ବିଜେଡିର ଅଧିକାଂଶ ସାଂସଦ ଦିଲ୍ଲୀରେ ଡେରା ପକାଇଛନ୍ତି। ସଂସଦ ଭିତରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ସହଯୋଗର ହାତ ବଢ଼ାଇବାର କୌଣସି ସୁଯୋଗ ଏବେ ବିଜେଡି ହାତଛଡ଼ା କରୁନଥିବା ଦେଖିବାକୁ ମିଳିଛି । ବାଚସ୍ପତି ନିର୍ବାଚନ, ଜାମ୍ମୁ କାଶ୍ମୀର ରିଜର୍ଭେସନ ବିଲ୍ (ସଂଶୋଧନ), ଏନଆଇଏ ବିଲ୍ (ସଂଶୋଧନ) ଆଦି ପ୍ରସଙ୍ଗରେ ବିଜେଡି ସାଂସଦମାନେ ପାଦେ ଆଗକୁ ଯାଇ ଏନଡିଏ ସରକାରକୁ ସମର୍ଥନ କରିଥିବାବେଳେ କେନ୍ଦ୍ରୀୟ ବଜେଟକୁ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଜୋରଦାର ଢଙ୍ଗରେ ପ୍ରଶଂସା କରିବାକୁ ପଛାଇ ନଥିଲେ।

ବିଜେଡି ସାଂସଦମାନେ କେବଳ ଏତିକିରେ ଅଟକି ନାହାନ୍ତି, ଏବେ ସଂସଦ ଭବନ ପରିସରରେ ବିଜେପିର ତୁଙ୍ଗ ନେତାମାନଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଜାତୀୟସ୍ତରର ଅନ୍ୟ ପ୍ରଭାବଶାଳୀ ବିଜେପି ନେତାମାନଙ୍କୁ ମଧ୍ୟ ବିଜେଡିର ସାଂସଦମାନେ ଖୁଲମଖୁଲା ଭେଟୁଛନ୍ତି। ତେବେ ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ନା ଦଳୀୟ ସାଂସଦମାନେ ନିଜ ଇଚ୍ଛାରେ ବିଜେପି ନେତାମାନଙ୍କ ସହ ସମ୍ପର୍କ ବଢ଼ାଉଛନ୍ତି, ତାହା ସ୍ପଷ୍ଟ ହୋଇନି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ନବୀନଙ୍କ ବିନା ସମ୍ମତିରେ ବିଜେଡି ସାଂସଦମାନେ ବିଜେପି ନେତାଙ୍କ ସହ ଏଭଳି ଖୋଲାଖୋଲି ଭେଟଘାଟ କରୁନଥିବେ। କାରଣ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ବିଜେଡି ସାଂସଦମାନଙ୍କର ଏଭଳି ଚରିତ୍ର ଦେଖିବାକୁ ମିଳିନଥିଲା। ଏବେ ବିଜେଡି ସାଂସଦମାନେ ଖୋଲାଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅନ୍ୟ ଜାତୀୟ ନେତାଙ୍କୁ ଭେଟିବା ନିଶ୍ଚିତ ଭାବେ ଦଳୀୟ ରଣନୀତିର ଅଂଶବିଶେଷ। ଯେହେତୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ମୋଟ ୨୦ ସାଂସଦଙ୍କ ମଧ୍ୟରୁ ଅର୍ଦ୍ଧେକ ନୂଆ ଅଛନ୍ତି, ତେଣୁ ପୁରୁଣା ସାଂସଦମାନଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଓ ଆଚରଣ ପଛରେ ଦଳର ସୁପ୍ରିମୋଙ୍କ ସବୁଜ ସଙ୍କେତ ରହିଥିବ ନିଶ୍ଚୟ।

ବିଜେପି ସହ ସମ୍ପର୍କ ବଢ଼ାଇବା ମାଧ୍ୟମରେ ବିଜେଡି ନିଜର ଭବିଷ୍ୟତ ସୁରକ୍ଷିିତ ରଖିବାକୁ ଚାହୁଁଛି। ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ହଜମ କରିବା ବିଜେଡି ପକ୍ଷେ ସହଜ ହୋଇନଥିବାରୁ ଦଳ ଆଗୁଆ ବିଜେପି ଜାତୀୟ ନେତୃତ୍ୱଙ୍କ ପାଖରେ ନିଜକୁ ସମର୍ପଣ କରିସାରିଛି। ଯେଉଁଥିପାଇଁ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ସାଲିସ କରାଯିବ ନାହିଁ ବୋଲି ଦୁଇ ଦଶନ୍ଧି ଧରି ସ୍ଲୋଗାନ ଦେଇଆସୁଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି ଆଦି ପ୍ରସଙ୍ଗରେ କେନ୍ଦ୍ରର ଅବହେଳା ସତ୍ତେ୍ୱ ନିରବ ରହିଛି। ଆଉ ସ୍ଥିତି ଏଭଳି ହୋଇଛି ଯେ, ବିଜେପିର ନେତାମାନେ ନବୀନ ସରକାରଙ୍କ ପ୍ରତି କିଛି କଟୂ ମନ୍ତବ୍ୟ ଦେଲେ ବି ବିଜେଡି ନେତାମାନେ ତାକୁ ପୂର୍ବ ଭଳି କାଉଣ୍ଟର କରିବା ପରିବର୍ତ୍ତେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଦଳର ସାଂସଦମାନଙ୍କୁ ବିଜେପି ସହ ଭଲ ସମ୍ପର୍କ ରଖି କାମ କରିବାକୁ ବିଜେଡି ସୁପ୍ରିମୋଙ୍କ ଅଲିଖିତ ନିର୍ଦ୍ଦେଶ ଥାଇପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ଏ ସମ୍ପର୍କରେ ଜଣେ ପୂର୍ବତନ ବିଜେଡି ନେତା ଯାହା କହିଛନ୍ତି, ତାହା ପ୍ରଣିଧାନଯୋଗ୍ୟ। ସେ କହିଛନ୍ତି, ଇୟେ ହେଉଛି ପିଲାଦିନେ ଆମେ ପଢ଼ିଥିବା ମାଙ୍କଡ଼ ଓ କୁମ୍ଭୀରର ବନ୍ଧୁତ୍ୱର କାହାଣୀ ଭଳି। ଏହି ଦୁଇ ଦଳ ମଧ୍ୟରୁ କିଏ କୁମ୍ଭୀର ଆଉ କିଏ ମାଙ୍କଡ଼ ସେଇଟା ଯିଏ ଯେମିତି ବୁଝିବା କଥା ବୁଝନ୍ତୁ। କିନ୍ତୁ କୁମ୍ଭୀରର ବନ୍ଧୁତା ପଛରେ ରହିଛି ମାଙ୍କଡ଼ର କଲିଜା ଖାଇବାର ଲୋଭ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story