ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୋରେଇ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍ ଏକ ଟ୍ରକ୍କୁ ଧକ୍କା ଦେଇ ରାସ୍ତା ତଳକୁ ଖସି ଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏହି ବସ୍ଟି ରାଞ୍ଚିରୁ କଟକ ଆସୁଥିଲା। କୋରେଇ ଛକ ନିକଟରେ ଏକ ଟମାଟୋ ବୋଝେଇ ଟ୍ରକ୍କୁ ଏହା ଧକ୍କା ଦେଇ ଥିଲା। ବସ୍ଟି ଟ୍ରକ୍କୁ ଏତେ ଜୋର୍ରେ ଧକ୍କା ଦେଇଥିଲା ଯେ ଟ୍ରକ୍ର ଡାଲାର ଗୋଟିଏ ପାର୍ଶ୍ୱ ପୂରା ଉଡ଼ି ଯାଇଥିଲା।
ଟ୍ରକ୍ରେ ଥିବା ଟମାଟୋ ରାସ୍ତାରେ ବିଛେଇ ହୋଇ ପଡ଼ିଯାଇଥିଲା। ବସ୍ର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଟ୍ରାଙ୍କୁଲାଇଜ୍ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’
ଆଜି କିନ୍ତୁ ସୁଯୋଗ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ବେଳେ ବନ ବିଭାଗ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରିବାରେ ସକ୍ଷମ ହୋଇଥିଲା। ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
Politics
OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା
ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ନିର୍ବାଚନ ପର୍ଯ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଦାୟିତ୍ୱ ସମ୍ଭାଳିବେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସଭାପତି ପଦକୁ ଆସିଥିଲେ।
Entertainment
ସାହୁ ଭାଉଜଙ୍କ ନିଆଁ ଲଗା ଡ୍ୟାନ୍ସ, ମୁରୁକି ହସିଲେ ଥାନାବାବୁ!
ଭାଉଜଙ୍କ ଏ ଡ୍ୟାନ୍ସରେ ତଡ଼କା ଦେବା ପାଇଁ ଥାନାବାବୁଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ପାଣି ବୋତଲ ଦେଇଥିଲେ। ଆଉ ସାହୁ ଭାଉଜ ସେହି ପାଣି ବୋତଲକୁ ନେଇ ନିଜ ଦେହରେ ଢାଳି ଦୋହଲି ଥିଲେ। ସାହୁ ଭାଉଜଙ୍କ ସେହି ଡ୍ୟାନ୍ସ ଦେଖି ମୁରୁକି ହସୁଥିଲେ ଥାନାବାବୁ।
Crime
ବଗିଚାରେ କାମ କରୁଥିବା ବେଳେ କଏଦୀ ଚମ୍ପଟ, କାଟୁଥିଲେ ଆଜୀବନ ସଜା
ଗତକାଲି ବଗିଚା କାମରେ ନିୟୋଜିତ ହୋଇଥିବା ବେଳେ ପରେଶ ଚମ୍ପଟ ମାରିଥିବା ଜଣାପଡ଼ିଛି।
Accident
ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ
ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।