ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଆଇଜି ଭାବେ ଜେଠୱାଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମାଂଚଳ ରେଞ୍ଜ ଆଇଜି ଯଶୱନ୍ତ ଯେଠୱାଙ୍କୁ କେନ୍ଦ୍ରରେ ନୂଆ ନିଯୁକ୍ତି ମିଳିଛି। ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଆଇଜି ଭାବେ ଜେଠୱାଙ୍କୁ ନୂଆ ନିଯୁକ୍ତି ପାଇଛନ୍ତି। ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଆସନ୍ତା ସପ୍ତାହକ ମଧ୍ୟରେ ଜେଠୱାଙ୍କୁ ରିଲିଭ କଲେ ସେ ଏହି ନୂଆ ଦାୟିତ୍ୱରେ ଯୋଗଦେବେ। ୨୦୧୩ରୁ ଜେଠୱା ରାଜ୍ୟର ମାଓ ପ୍ରବଣ ଅଂଚଳରେ କାର୍ଯ୍ୟ କରୁଛନ୍ତି। ଜେଠୱା ହେଉଛନ୍ତି […]

jaswant jethwa

Rakesh Mallick
  • Published: Tuesday, 23 June 2015
  • , Updated: 23 June 2015, 01:03 PM IST

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମାଂଚଳ ରେଞ୍ଜ ଆଇଜି ଯଶୱନ୍ତ ଯେଠୱାଙ୍କୁ କେନ୍ଦ୍ରରେ ନୂଆ ନିଯୁକ୍ତି ମିଳିଛି। ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଆଇଜି ଭାବେ ଜେଠୱାଙ୍କୁ ନୂଆ ନିଯୁକ୍ତି ପାଇଛନ୍ତି। ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଆସନ୍ତା ସପ୍ତାହକ ମଧ୍ୟରେ ଜେଠୱାଙ୍କୁ ରିଲିଭ କଲେ ସେ ଏହି ନୂଆ ଦାୟିତ୍ୱରେ ଯୋଗଦେବେ। ୨୦୧୩ରୁ ଜେଠୱା ରାଜ୍ୟର ମାଓ ପ୍ରବଣ ଅଂଚଳରେ କାର୍ଯ୍ୟ କରୁଛନ୍ତି। ଜେଠୱା ହେଉଛନ୍ତି ୧୯୯୪ ବ୍ୟାଚର ଆଇପିଏସ ଅଫିସର୍। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦକ୍ଷିଣ ପଶ୍ଚିମ ଓଡିଶାରେ ମାଓବାଦୀ ସମସ୍ୟା ନିୟନ୍ତ୍ରଣକୁ ଆସିପାରିଛି। ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ବା ଏସପିଜି- ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସେମାନଙ୍କ ପରିବାର ବର୍ଗଙ୍କ ସୁରକ୍ଷା ଦାୟିତ୍ୱରେ ରହିଥାନ୍ତି। ସେଦୃଷ୍ଟିରୁ ଜେଠୱାଙ୍କ, ଆଇଜି ଏସପିଜି ଭାବେ ନିଯୁକ୍ତିକୁ କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ବୋଲି ଜଣାପଡିଛି।

Related story