ମାର୍ଚ୍ଚ ୩୧ରୁ ଉଡ଼ିବ ବିମାନ, ଆଜିଠୁ ବୁକିଂ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଦେଶର ୬ଟି ସ୍ଥାନକୁ ସ୍ପାଇସ ଜେଟ୍‌ର ଉଡ଼ାଣ କରିବ। ଏଥିପାଇଁ ଆଜିଠାରୁ ୱେବସାଇଟ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ପାଇସ ଜେଟ୍‌ର ଚେୟାରମ୍ୟାନ ଅଜୟ ସିଂ। ସ୍ପାଇସ୍‌ ଜେଟ୍‌ ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ରାୟପୁର ଓ ଭୁବନେଶ୍ୱରକୁ ଉଡ଼ାଣ କରିବ। ଏହି ଖବର ପ୍ରଚାର ହେବା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

spicejet

spicejet

Manoranjan Sial
  • Published: Wednesday, 27 February 2019
  • Updated: 27 February 2019, 05:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଦେଶର ୬ଟି ସ୍ଥାନକୁ ସ୍ପାଇସ ଜେଟ୍‌ର ଉଡ଼ାଣ କରିବ। ଏଥିପାଇଁ ଆଜିଠାରୁ ୱେବସାଇଟ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ପାଇସ ଜେଟ୍‌ର ଚେୟାରମ୍ୟାନ ଅଜୟ ସିଂ।

ସ୍ପାଇସ୍‌ ଜେଟ୍‌ ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ରାୟପୁର ଓ ଭୁବନେଶ୍ୱରକୁ ଉଡ଼ାଣ କରିବ। ଏହି ଖବର ପ୍ରଚାର ହେବା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଝାରସୁଗୁଡ଼ା ବିମାନବନ୍ଦରରୁ ସ୍ପାଇଶଜେଟ୍‌ ଟିକେଟ୍‌ ଶୁଭାରମ୍ଭ କରିବା ଅବସରରେ କହିଥିଲେ, “ଆଗାମୀ ଦିନରେ ଝାରସୁଗୁଡ଼ା ବିମାନବନ୍ଦର ମୁମ୍ବାଇ, ଭୁବନେଶ୍ୱର ଏବଂ ରାୟପୁର ସହିତ ଯୋଡ଼ିହେବ। ଏଥିରେ ନୂଆ ଅର୍ଥନୀତି ଯୋଡ଼ିହେବା ସହିତ ନୂଆ ନୂଆ ଉଦ୍ୟୋଗ ମଧ୍ୟ ଯୋଡ଼ିହେବ।

ସେ କହିଛନ୍ତି, “ସ୍ପାଇଶ୍‌ଜେଟ୍‌ ଝାରସୁଗୁଡ଼ା-ଦିଲ୍ଲୀ-ଝାରସୁଗୁଡ଼ା, ଝାରସୁଗୁଡ଼ା-ହାଇଦ୍ରାବାଦ-ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ା-କୋଲକାତା-ଝାରସୁଗୁଡ଼ା ଆଦି ଗନ୍ତବ୍ୟସ୍ଥଳକୁ ଯୋଡ଼ିବ। ଝାରସୁଗୁଡ଼ାରୁ ରାତି ୮.୪୦ରେ ବାହାରି ରାତି ୧୦ଟାରେ କୋଲକାତା ପହଞ୍ଚିହେବ, ଯାହାକି ଯାତ୍ରୀଙ୍କ ପାଇଁ ବେଶ୍‌ ସୁବିଧା ହେବ।”

କେନ୍ଦ୍ର ସରକାର ଭୁବନେଶ୍ୱରରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଟର୍ମିନାଲ ନିର୍ମଣ କରୁଥିବା ବାବଦରେ ମଧ୍ୟ ଧର୍ମେନ୍ଦ୍ର ଏହି ଅବସରରେ ସୂଚନା ଦେଇଛନ୍ତି।

ଗତ ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏହି ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଘୋଷଣା କରିଥିଲେ। ଏହାସତ୍ତ୍ୱେ ବିଧିବଦ୍ଧ ଭାବେ ବିମାନବନ୍ଦର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହୋଇ ନ ଥିଲା। ବିଭିନ୍ନ ମହଲରେ ଦାବି ପରେ କେନ୍ଦ୍ର ସରକାର ବିମାନବନ୍ଦର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos