ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର):ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଓ ଇସ୍ତଫା ଗ୍ରହଣ ନ ହେବା ପରେ ରାଜ୍ୟ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ତେଜିଛି। ମୁହାଁମୁହିଁ ସ୍ଥିତିକୁ ଅାସିଛନ୍ତି ଟିମ୍ ପ୍ରସାଦ ଓ ତାଙ୍କ ବିରୋଧୀ ଗୋଷ୍ଠୀ । ପ୍ରସାଦ ହଟାଅ ଅଭିଯାନ ପାଇଁ ଅାଜି ଭୁବନେଶ୍ୱର ଚାଲ ଅାହ୍ବାନ ଦେଇଥିବା ଛାତ୍ର କଂଗ୍ରେସର କିଛି ନେତାଙ୍କୁ ଜବାବ ଦେବାକୁ ଯାଇ କଂଗ୍ରେସ ଭବନରେ ପୌର ନିର୍ବାଚନର ପ୍ରସ୍ତୁତି ବୈଠକ କରିଥିଲେ ଟିମ ପ୍ରସାଦ କ୍ୟାମ୍ପର ନେତା</p> <p>ମାର୍ଚ୍ଚ ୧୧ ଭୁବନେଶ୍ୱର ଚାଲ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ପାଇଁ ସୋସିଅାଲ ମେଡିଅାରେ ଅାସିଥିଲା ଏପରି ଅାହ୍ବାନ। ଏହି ଆହ୍ୱାନକୁ ମାତ୍‌ ଦେବାକୁ ଏବଂ ଜ୍ୱାଇଁ ପ୍ରସାଦଙ୍କୁ ସୁରକ୍ଷା ଦେବାକୁ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଆୟୋଜନ କରିଥିଲେ ପୌର ନିର୍ବାଚନ ପ୍ରସ୍ତୁତି ବୈଠକ। ଠିକ୍‌ ଦିନ ୧୧ ଟା ବେଳେ କଂଗ୍ରେସ ଭବନରେ ଆୟୋଜନ ହୋଇଥିଲା ସଭା। ଏକାଠି ହୋଇଥିଲେ ରାଉତରାୟଙ୍କ ସମେତ ଖୋର୍ଦ୍ଦା, ବାଲୁଗାଁ, ଜଟଣୀରୁ ଅାସିଥିବା କର୍ମୀ । ହେଲେ ପ୍ରସାଦ ହଟାଅ ଅାହ୍ବାନ ଦେଇଥିବା ଛାତ୍ର ନେତାଙ୍କ ଦେଖା ନ ଥିଲା। ଏ ଅାହ୍ବାନକୁ ଟକ୍କର ଦେବାକୁ ମୋଟର ସାଇକେଲ ରାଲି କରି ପହଁଞ୍ଚିଥିଲେ କିଛି ଯୁବ କଂଗ୍ରେସ ନେତା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।