ଏଣିକି ଡବଲ୍ ଡୋଜ୍ ଟିକା ନେଇଥିଲେ, ଓଡ଼ିଶାକୁ ମିଳିବ ଏଣ୍ଟ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହରକୁ ନେଇ ରାଜ୍ୟ ସରକାର ସଜାଗ ହୋଇ ଉଠିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ନୂଆ ଗାଇଡ୍ ଲାଇନରେ ଏସଆରସି ଓଡ଼ିଶା ପ୍ରବେଶ ଉପରେ କଠୋର କଟକଣା ଲଗାଇଛନ୍ତି। ଯଦି କୌଣସି ବ୍ୟକ୍ତି କରୋନାର ଡବଲ ଡୋଜ୍ ନେଇଥିବେ, ତାହେଲେ ସେହିମାନଙ୍କୁ ହିଁ ଓଡ଼ିଶା ଆସିବା ପାଇଁ ଅନୁମତି ମିଳିବ। ତେବେ ଏସଆରସି ଆଉକିଛି କଟକଣା ମଧ୍ୟ ଲଗାଇଛନ୍ତି। ଯେପରିକି […]

Covid-19

Ranjit Kumar Jena
  • Published: Thursday, 08 April 2021
  • , Updated: 08 April 2021, 08:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହରକୁ ନେଇ ରାଜ୍ୟ ସରକାର ସଜାଗ ହୋଇ ଉଠିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ନୂଆ ଗାଇଡ୍ ଲାଇନରେ ଏସଆରସି ଓଡ଼ିଶା ପ୍ରବେଶ ଉପରେ କଠୋର କଟକଣା ଲଗାଇଛନ୍ତି। ଯଦି କୌଣସି ବ୍ୟକ୍ତି କରୋନାର ଡବଲ ଡୋଜ୍ ନେଇଥିବେ, ତାହେଲେ ସେହିମାନଙ୍କୁ ହିଁ ଓଡ଼ିଶା ଆସିବା ପାଇଁ ଅନୁମତି ମିଳିବ।

ତେବେ ଏସଆରସି ଆଉକିଛି କଟକଣା ମଧ୍ୟ ଲଗାଇଛନ୍ତି। ଯେପରିକି ଓଡ଼ିଶା ଆସିବାକୁ ହେଲେ କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ଥିବା ନିହାତି ଜରୁରୀ। ଯେଉଁମାନେ ବସ୍, ଟ୍ରେନ୍ ଓ ବିମାନରେ ଓଡ଼ିଶା ଆସିବେ, ଯଦି ସେମାନଙ୍କ ପାଖରେ ନେଗେଟିଭ୍ ରିପୋର୍ଟ ନଥିବ, ତାହେଲେ ପ୍ରବେଶକୁ ଅନୁମତି ମିଳିବ ନାହିଁ। ଏହାଛଡ଼ା ଓଡ଼ିଶା ଆସିବାର ୭୨ ଘଣ୍ଟା ଭିତରେ RTPCR ନେଗେଟିଭ ଥିବା ବାହାର କରିବା ଜରୁରୀ।

ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କର ଯଦି ରିପୋର୍ଟ ନେଗେଟିଭ୍ ନଥିବ, ତାହେଲେ ସେମାନଙ୍କୁ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ମୋଟ ୧୬ଟି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ ସେଣ୍ଟର ବା ଟିଏମସି କରିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ କରୋନା ସଂକ୍ରମଣ ୯୦୦ ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୩୬୧। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ଗତକାଲି ୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story