ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ :  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଭକ୍ତଙ୍କ ନାଁ ସନାତନ ନାୟକ । ତାଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆକ୍ରମଣରେ ସନାତନଙ୍କ ମୁହଁରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ଜଣେ ସେବାୟତ ସନାତନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିଂହଦ୍ୱାର ଥାନାରେ ଏନେଇ ଅଭିଯୋଗ ହେବା […]

puri

Rakesh Mallick
  • Published: Tuesday, 19 May 2015
  • , Updated: 19 May 2015, 09:53 AM IST

ପୁରୀ :  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଭକ୍ତଙ୍କ ନାଁ ସନାତନ ନାୟକ । ତାଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆକ୍ରମଣରେ ସନାତନଙ୍କ ମୁହଁରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ଜଣେ ସେବାୟତ ସନାତନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିଂହଦ୍ୱାର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଆକ୍ରମଣକାରୀ ସେବାୟତ ଚନ୍ଦନ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story