ଶ୍ରୀମନ୍ଦିର ରୋଷଘର ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ଘଟଣାରେ ରୋଷଘରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ଚିନ୍ତା। ଏହି ଘଟଣା ପାଇଁ ଦାୟୀ କିଏ ତାହାର ତଦନ୍ତ ଜାରି ରହିଛି।  ଏହାସହ ଅଭିଯୁକ୍ତକୁ ନେଇ ଟିଆଇ ପରେଡ୍ କରିପାରେ ପୁଲିସ। ରୋଷଘରେ ସିସିଟିଭି ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ସେପଟେ ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ତାକୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା।  ପୁରୀ […]

Puri temple

Puri temple

Madhupriya Mistry
  • Published: Thursday, 07 April 2022
  • Updated: 07 April 2022, 10:28 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ଘଟଣାରେ ରୋଷଘରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ଚିନ୍ତା। ଏହି ଘଟଣା ପାଇଁ ଦାୟୀ କିଏ ତାହାର ତଦନ୍ତ ଜାରି ରହିଛି।  ଏହାସହ ଅଭିଯୁକ୍ତକୁ ନେଇ ଟିଆଇ ପରେଡ୍ କରିପାରେ ପୁଲିସ। ରୋଷଘରେ ସିସିଟିଭି ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ସେପଟେ ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ତାକୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା।  ପୁରୀ ଏସ୍‌ଡିଜେଏମ୍ କୋର୍ଟ ଜାମିନ ନାମଞ୍ଜୁର କରିଥିଲେ।

କୋର୍ଟ ଚାଲାଣ ବେଳେ ଓଟିଭିକୁ ଚାଞ୍ଚଲ୍ୟକର ବୟାନ ଦେଇ ଜଗନ କହିଛି, ‘ମୁଁ ନିଜ ହାତରେ ଭାଙ୍ଗିଛି ରୋଷଘର ଚୁଲି। ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ। କିଛି ଲୋକ ଖାଇବାକୁ ପାଉନାହାନ୍ତି ତ ଆଉ କାହାର ବହୁତ ଖାଦ୍ୟ ଅଛି। ଏହାକୁ ନେଇ ମନରେ ଅଭିମାନ ଥିବାରୁ ଘଟଣା ଦିନ ରୋଷ ଘରକୁ ଯାଇ ସେଠି କେହି ନଥିବା ଦେଖି ନିଜ ହାତରେ ଚୁଲି ଭାଙ୍ଗିଥିଲି।’

ତେବେ କାହା ଚାପରେ କି ପ୍ରରୋଚନାରେ ଭାଙ୍ଗିନି ବୋଲି ସେ ସଫେଇ ଦେଇଛି। ହେଲେ ସେ ହାତରେ କେମିତି ଏତେ ଚୁଲି ଭାଙ୍ଗିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ସୂଚନାଯୋଗ୍ୟ, ରବିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story