ଷ୍ଟାଫ ସିଲେକସନ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ

ବଲାଙ୍ଗିର(ସସ୍ମିତା ସାହୁ): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟିର କନିଷ୍ଠ କିରାଣୀ ଗତ ଜାନୁୟାରୀ ୨୮ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ଫେବ୍ରୁ‌ଆରୀ ୨୩ ତାରିଖରେ ଏହାର ଫଳ ପ୍ରକାଶ ପାଇଥିଲା। ମାର୍ଚ୍ଚ, ୪ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ପ୍ରବନ୍ଧ ଲିଖନ ଓ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା କରାଯାଇଥିଲା। ଚାରୋଟି ବ୍ୟାଚରେ ଭାଗ କରାଯାଇ ବଲାଙ୍ଗିରର ତିନୋଟି କଲେଜରେ ଏହି ପରୀକ୍ଷା ହୋଇଥିଲା। ଗୋଟିଏ ବ୍ୟାଚରୁ ଅନ୍ୟ ବ୍ୟାଚର ପରୀକ୍ଷା ଭିତରେ, ଅଧଘଣ୍ଟା ସମୟର ବ୍ୟବଧାନ ଥିଲା। ହେଲେ […]

q

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 01:25 PM IST

ବଲାଙ୍ଗିର(ସସ୍ମିତା ସାହୁ): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟିର କନିଷ୍ଠ କିରାଣୀ ଗତ ଜାନୁୟାରୀ ୨୮ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ଫେବ୍ରୁ‌ଆରୀ ୨୩ ତାରିଖରେ ଏହାର ଫଳ ପ୍ରକାଶ ପାଇଥିଲା। ମାର୍ଚ୍ଚ, ୪ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ପ୍ରବନ୍ଧ ଲିଖନ ଓ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା କରାଯାଇଥିଲା। ଚାରୋଟି ବ୍ୟାଚରେ ଭାଗ କରାଯାଇ ବଲାଙ୍ଗିରର ତିନୋଟି କଲେଜରେ ଏହି ପରୀକ୍ଷା ହୋଇଥିଲା।

ଗୋଟିଏ ବ୍ୟାଚରୁ ଅନ୍ୟ ବ୍ୟାଚର ପରୀକ୍ଷା ଭିତରେ, ଅଧଘଣ୍ଟା ସମୟର ବ୍ୟବଧାନ ଥିଲା। ହେଲେ ଚାରୋଟି ବ୍ୟାଚ ପାଇଁ ସମାନ ପ୍ରଶ୍ନପତ୍ର  ଥିଲା।  ଆଶ୍ଚର୍ଯ୍ୟ ବିଷୟ ହେଲା ପରୀକ୍ଷା ପ୍ରଶ୍ନପତ୍ର ବାହାରେ ଭାଇରାଲ ହୋଇଥିଲା।

ପାସୱାର୍ଡ୍‌ ପ୍ରୋଟେକଟେଡ ଏହି ପ୍ରଶ୍ନପତ୍ର କେବେ ବି ବାହାରକୁ ‌ଆସିବା କଥା ନୁହେଁ। ତେଣୁ ଏହା କେମିତି ‌ଆସିଲା ? କିଏ ‌ଆଣିଲା ? କାହା ମାଧ୍ୟମରେ ‌ଆସିଲା ଏନେଇ ପ୍ରଶାସନ ମଧ୍ୟ ଏହାର ଖିଅ ଖୋଜୁଛି।

ସୂଚନାଯୋଗ୍ୟ, ପରୀକ୍ଷା ସମୟରେ ଷ୍ଟାଫଙ୍କୁ ମଧ୍ୟ ମୋବାଇଲ ନେବାକୁ ଅନୁମତି ନଥିଲା। ପରୀକ୍ଷାର୍ଥୀ ମାନେ ନିଜ ସହ ନେଇ ଥିବା ସବୁ ଜିନିଷ ବାହାରେ ରଖିଥିଲେ ।ଏତେ ପରେ ବି ପ୍ରଶ୍ନପତ୍ର  ବାହାରକୁ ଆସିଥିଲା। ଖାଲି ଆସିନଥିଲା ଏହା ଗୋଟିଏ ମୋବାଇଲ୍‌ରୁ ଆଉ ଗୋଟିଏ ମୋବାଇଲ୍‌କୁ ଘୁରି ବୁଲୁଥିଲା।

ସେହିପରି ଚାରୋଟି ବ୍ୟାଚ ପାଇଁ ହୋଇଥିବା ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ସମାନ ହେବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଗୋଟିଏ ବ୍ୟାଚ୍‌ରୁ ଆଉ ଗୋଟିଏ ବ୍ୟାଚ୍‌ର ପରୀକ୍ଷା ଅଧଘଣ୍ଟାଏ ଥିବାରୁ ଏହି ସମୟରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କୁହାଯାଇଛି। କିନ୍ତୁ ଏହି ପ୍ରଶ୍ନପତ୍ର ପାସୱାର୍ଡ ପ୍ରୋଟେକଟେଡ ହୋଇଥିବାରୁ କେବେ ବି ବାହାରକୁ ଆସିବା କଥା ନୁହେଁ ବୋଲି କହିଛନ୍ତି ପରୀକ୍ଷା ଦାୟିତ୍ୱରେ ଥିବା ବିଭିନ୍ନ କଲେଜର ନୀରିକ୍ଷକ।

 

 

Related story