ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା

ଢେଙ୍କାନାଳ/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଝଟକୁଛି ସହର। ଢେଙ୍କାନାଳରେ ଏଥର ୪୦ଟି ପୂଜା ମଣ୍ଡପ ସାଙ୍ଗକୁ ସମଗ୍ର ଜିଲ୍ଲାରେ ଛୋଟ ବଡ଼ ୨୫୦ଟି ମେଢ ହୋଇଛି। ଆଜି ମଧ୍ୟରାତ୍ରିରୁ ମା’ ଲକ୍ଷ୍ମୀଙ୍କୁ ଆବାହନ କରାଯିବ। ଏଥିପାଇଁ ସବୁ ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ଆୟୋଜନ। ୧୧ ଦିନ ଧରି ମହାଆଡମ୍ବର ସହକାରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା। ଭିଡ଼ ନିୟନ୍ତ୍ରଣ […]

Stage-set-for-laxmi-puja-celebrations-in-dhenkanal-and-kendrapara

Manoranjan Sial
  • Published: Wednesday, 24 October 2018
  • , Updated: 24 October 2018, 10:13 PM IST

ଢେଙ୍କାନାଳ/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକମାଳାରେ ଝଟକୁଛି ସହର। ଢେଙ୍କାନାଳରେ ଏଥର ୪୦ଟି ପୂଜା ମଣ୍ଡପ ସାଙ୍ଗକୁ ସମଗ୍ର ଜିଲ୍ଲାରେ ଛୋଟ ବଡ଼ ୨୫୦ଟି ମେଢ ହୋଇଛି। ଆଜି ମଧ୍ୟରାତ୍ରିରୁ ମା’ ଲକ୍ଷ୍ମୀଙ୍କୁ ଆବାହନ କରାଯିବ। ଏଥିପାଇଁ ସବୁ ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ଆୟୋଜନ। ୧୧ ଦିନ ଧରି ମହାଆଡମ୍ବର ସହକାରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା। ଭିଡ଼ ନିୟନ୍ତ୍ରଣ ପାଇଁ ଢେଙ୍କାନାଳ ସହରରେ ହୋଇଛି ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା।

ସେହିପରି ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ କେନ୍ଦ୍ରାପଡ଼ା ସହର ମଧ୍ୟ ଚଳଚଞ୍ଚଳ ହୋଇଛି। ଏବର୍ଷ ଏଠି ୬୭ଟି ମେଢକୁ ମିଶାଇ ସାରା ଜିଲ୍ଲାରେ ୨୦୦ରୁ ଅଧିକ ମେଢ ହୋଇଛି। ଯେଉଁଥିରେ ରହିଛି ୬ଟି ଚାନ୍ଦି ମେଢ। ୭ ଦିନ ଧରି କେନ୍ଦ୍ରାପଡ଼ାରେ ଧୁମ୍‌ଧାମ୍‌ରେ ପାଳନ ହେବ ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏପଟେ ଆଜି କୁମାର ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ପୁର ପଲ୍ଲୀ। ସକାଳୁ ନୂଆ ବସ୍ତ୍ର ପିନ୍ଧି କୁମାରୀମାନେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଖଇ ଅର୍ପଣ କରିଛନ୍ତି। ସାତ ଆଞ୍ଜୁଳା ଖଇରେ ନଡିଆ, ଗୁଆ, କଦଳୀ ଆଦି ଦେଇ ଆଞ୍ଜୁଳି ଟେକିଛନ୍ତି। ସନ୍ଧ୍ୟାରେ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଜହ୍ନି ପତ୍ରରେ ଚନ୍ଦ୍ରକାର ନୈବେଦ୍ୟରେ ଚନ୍ଦ୍ର ପୂଜା କରିଛନ୍ତି।

Related story