ପାର୍ବତୀଙ୍କ ପାଇଁ ରାଜନାଥଙ୍କୁ ଭେଟିଲା ରାଜ୍ୟ ବିଜେପି: ପ୍ରଶାସନର ସଫେଇ ଆକ୍ରମଣର କାରଣ ମୋଦିଙ୍କୁ ଚିଠି ନୁହେଁ

ନୂଆଦିଲ୍ଲୀ: ଜଗତସିଂହପୁର ଜିଲ୍ଲା ଏରସମା କାଳିକୁଦ ଗାଁର ପାର୍ବତୀ ଶାସମଲ ନିର୍ଯାତନା ଘଟଣାରେ କେନ୍ଦ୍ର ଗୃହମନ୍ତ୍ର ରାଜନାଥ ସିଂଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରତିନିଧି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ରାଜନାଥଙ୍କୁ ଭେଟିଛନ୍ତି। ଏଥିସହ ଏହି ଘଟଣା ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ମଧ୍ୟ ପ୍ରତିନିଧି ଦଳ ଭେଟିଛନ୍ତି। ଗତ ଏପ୍ରିଲ ୧୫ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ […]

bjp

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 11:24 PM IST

ନୂଆଦିଲ୍ଲୀ: ଜଗତସିଂହପୁର ଜିଲ୍ଲା ଏରସମା କାଳିକୁଦ ଗାଁର ପାର୍ବତୀ ଶାସମଲ ନିର୍ଯାତନା ଘଟଣାରେ କେନ୍ଦ୍ର ଗୃହମନ୍ତ୍ର ରାଜନାଥ ସିଂଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରତିନିଧି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ରାଜନାଥଙ୍କୁ ଭେଟିଛନ୍ତି। ଏଥିସହ ଏହି ଘଟଣା ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ମଧ୍ୟ ପ୍ରତିନିଧି ଦଳ ଭେଟିଛନ୍ତି।

ଗତ ଏପ୍ରିଲ ୧୫ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ପାର୍ବତୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ବିଜେଡି କର୍ମୀମାନେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ ନିର୍ବାଚନକୁ ନେଇ ପାର୍ବତୀଙ୍କୁ ଆଗରୁ ଆକ୍ରମଣ ନେଇ ସେ ମୋଦିଙ୍କୁ ଚିଠି ଦେଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ରାଜ୍ୟ ସରକାର ରକ୍ତମୁଖା ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ଗରିବ ମହିଳାଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି। ଏନେଇ ଗୃହମନ୍ତ୍ରୀଙ୍କୁ ଜଣାଇଲୁ।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ବିଜେପି ଅଭିଯୋଗର ସତ୍ୟତା ନାହିଁ। ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ହୀନ ରାଜନୀତିକୁ ଚରିତାର୍ଥ କରିବା ପାଇଁ ବିଜେପି ଏପରି କରୁଛି। ୨ଟି ଗାଁ ମଧ୍ୟରେ କାଜୁ ଜଙ୍ଗଲକୁ ନେଇ ବିବାଦ ରହିଛି। କାଜୁ ଜଙ୍ଗଲ ବିବାଦକୁ ରାଜନୀତି ଭିତରକୁ ଟଣା ନଯାଉ।”

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେବାରୁ ପାର୍ବତୀଙ୍କୁ ଗାଁ ଲୋକେ ମାଡ଼ ମାରିଥିବା କଥାକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ ଓ ଏସ୍‌ପି ଜୟନାରାୟଣ ପଙ୍କଜ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦୁଇ ଅଫିସର କହିଛନ୍ତି,“ଦୁଇ ଗାଁ ଭିତରେ କାଜୁ ଜଙ୍ଗଲକୁ ନେଇ ଦେଖାଦେଇଥିବା ବିବାଦରୁ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏ ନେଇ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି।”

Related story