ଗୋବର୍ଦ୍ଧନ ମଠ ଉପରେ ରହିବନି ସରକାରୀ ନିୟନ୍ତ୍ରଣ, ଶଙ୍କରାଚାର୍ଯ୍ୟଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧ରେ ସଂଶୋଧନ କରି ଗୋବର୍ଦ୍ଧନ ମଠକୁ ଏହି ଆଇନରୁ ବାଦ୍ ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୁରୀରେ ଏବେ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଭିତ୍ତିଭୂମି କାର୍ଯ୍ୟ ହାତକୁ ନେଇଥିବାବେଳେ ଗୋବର୍ଦ୍ଧନ ମଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଖୁସି କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି। ବୈଠକ ସମ୍ପର୍କରେ ମୁଖ୍ୟ […]

State-Cabinet-approves-11-major-proposals

Manoranjan Sial
  • Published: Monday, 21 October 2019
  • Updated: 21 October 2019, 08:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧ରେ ସଂଶୋଧନ କରି ଗୋବର୍ଦ୍ଧନ ମଠକୁ ଏହି ଆଇନରୁ ବାଦ୍ ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୁରୀରେ ଏବେ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଭିତ୍ତିଭୂମି କାର୍ଯ୍ୟ ହାତକୁ ନେଇଥିବାବେଳେ ଗୋବର୍ଦ୍ଧନ ମଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଖୁସି କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି।

ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଜନସାଧାରଣଙ୍କଠୁ ରାଜ୍ୟ ସରକାର ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଉତ୍ତରାଧିକାରୀ, ଅଭିଭାବକ, ଜାତିଗତ ପ୍ରମାଣପତ୍ର ନିମନ୍ତେ ନେଉଥିବା ସମସ୍ତ ପ୍ରକାରର ଆବେଦନ ଫି, ୟୁଜର୍ସ ଫି ଓ ଡିଇଜିଏସ୍ ଚାର୍ଜକୁ ଉଚ୍ଛେଦ କରିଛନ୍ତି। ରାଜସ୍ୱ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ସେହିପରି ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନଗୁଡ଼ିକ କ୍ଷେତ୍ରରେ ପୁରୀ ଗୋବର୍ଦ୍ଧନ ମଠ ଓ ଶ୍ରୀଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଗ୍ରଣୀ ଭୂମିକା ଥିବାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ହୋଇ ଗୋବର୍ଦ୍ଧନ ମଠ ସମେତ ବିଭିନ୍ନ କ୍ଷେତ୍ରରୁ ମିଳିଥିବା ଅନୁରୋଧକୁ ବିଚାର କରି ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ-୧୯୫୧ରେ ସଂଶୋଧନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଉକ୍ତ ଅଧିନିୟମର ପରିସରରୁ ଗୋବର୍ଦ୍ଧନ ମଠକୁ ବାଦ୍ ଦିଆଯାଇ ଉକ୍ତ ମଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ହେବ। ଏହି ସଂଶୋଧନ ହେବାପରେ ଉକ୍ତ ପବିତ୍ର ଅନୁଷ୍ଠାନର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ୱ ବଜାୟ ରହିବ ବୋଲି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀରେ ଶ୍ରୀମନ୍ଦିରର ସୁରକ୍ଷା ନାଁରେ ରାଜ୍ୟ ସରକାର ବିଭିନ୍ନ ମଠ ଓ ମନ୍ଦିରକୁ ଭାଙ୍ଗୁଥିବାବେଳେ ଏପଟେ ଶଙ୍କରାଚାର୍ଯ୍ୟଙ୍କୁ ଖୁସି କରିବାକୁ ୧୯୫୧ ଆଇନର ସଂଶୋଧନ କରିବାକୁ ପଛାଇ ନାହାନ୍ତି।

ଅଭଢ଼ା ଯୋଜନାରେ ୩ବର୍ଷ ମଧ୍ୟରେ ୩୨୦୮କୋଟି ଟଙ୍କା ବ୍ୟୟରେ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍ ଅନୁମତି ଦେଇଛନ୍ତି।
ସେହିପରି ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥାର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ‘ବେସାମରିକ ବିମାନ ଚଳାଚଳ’ ଶାଖାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତର ନିମନ୍ତେ ଓଡ଼ିଶା ସରକାରୀ କାର୍ଯ୍ୟ ନିୟାମାବଳୀରେ ଆବଶ୍ୟକ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ରାଜ୍ୟରେ ସଡ଼କ, ରେଳ, ବିମାନ ଚଳାଚଳ ସମ୍ବଳିତ ବ୍ୟବସ୍ଥାକୁ ସମନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମଗ୍ର ଗଣ ଗମନାଗମନ ପ୍ରଶାସନକୁ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ରଖିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି।

ସେହିପରି ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକର ୩୮୪ଟି ଗାଁକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଣ ନିମନ୍ତେ ୬୪୧.୫୭କୋଟି ଟଙ୍କାର ୪ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩୨ଲକ୍ଷ ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ସେହିପରି ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ସେହିପରି ଆଦିମ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୧୯ଟି ଶିକ୍ଷାନୁଷ୍ଠାନକୁ ଶିକ୍ଷା ବ୍ୟବସ୍ଥାର ପରିସରଭୁକ୍ତ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ସମେତ ଓଡ଼ିଶା ଅମଲା ସେବା(ଜିଲ୍ଲା କାର୍ଯ୍ୟାଳୟ ଓ ଅଧସ୍ତନ କାର୍ଯ୍ୟାଳୟରେ କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ଉପବିଭାଗ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା) ନିୟମାବଳୀ-୨୦୧୯ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ସେହିପରି ଓଡ଼ିଶା ଶ୍ରମ ସେବା କ୍ୟାଡ଼ରରେ ୨୯୬ଟି ନୂଆ ପଦବୀ ସୃଷ୍ଟି କରି ଶ୍ରମ ଅଧିକାରୀଙ୍କ ସଂଖ୍ୟା ୫୩୯କୁ ବୃଦ୍ଧି କରାଯାଇଛି। ଏଥିପାଇଁ ଓଡ଼ିଶା ଶ୍ରମ ସେବା ନିୟମ-୧୯୮୪ର ସଂଶୋଧନକୁ ରଦ୍ଦ କରାଯାଇ ତା’ ବଦଳରେ ଓଡ଼ିଶା ଶ୍ରମ ସେବା ନିୟମ-୨୦୧୯ ଚିଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନୂଆ ନିୟମ ବଳରେ ସହକାରୀ ଶ୍ରମ ସେବା ଅଧିକାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ନିମନ୍ତେ ଯୋଗ୍ୟତାର ମାନଦଣ୍ଡ ସ୍ଥିର କରାଯିବ। ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ବିଭିନ୍ନ ପଦବୀ ପୂରଣ କରାଯିବ।

ସେହିପରି ଓଡ଼ିଶା ଅମଲା ସେବା(ଜଳସମ୍ପଦ ବିଭାଗ ଅଧୀନସ୍ଥ ଜିଲ୍ଲାସ୍ତରୀୟ ଅଫିସଗୁଡ଼ିକରେ ପଦବୀ ପାଇଁ ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ ନିୟମ-୨୦୧୯) ଏବଂ ଓଡ଼ିଶା ଅମଲା ସେବା(ଜଳସମ୍ପଦ ବିଭାଗ ଅଧିନସ୍ତ ମୁଖ୍ୟଯନ୍ତ୍ରୀ ପ୍ରତିଷ୍ଠାନଗୁଡ଼ିକରେ ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ ନିୟମ-୨୦୧୯କୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story