ମାର୍କେଟରେ ପିଆଜ ୧୦୦! କଂଗ୍ରେସ ବିକୁଛି ୪୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ପିଆଜ ମାର୍କେଟରେ ଲାଗିଛି ନିଆଁ। କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଆଉ ଖାଉଟିଙ୍କୁ ଏହି ଚିନ୍ତାରୁ ସାମାନ୍ୟ ମୁକ୍ତି ଦେବା ପାଇଁ ଚେଷ୍ଟା କରିଛି କଂଗ୍ରେସ। ରାଜଧାନୀ ଭୁବନେଶ୍ୱରରେ ପିଆଜ କିଲୋ ୪୦ ଟଙ୍କାରେ ବିକ୍ରି କରୁଛି କଂଗ୍ରେସ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଚାଲିଛି ପିଆଜ ବିକ୍ରି। ଜଣେ ଗ୍ରାହକଙ୍କୁ ୪୦ ଟଙ୍କା ଦରରେ ଅଢ଼େଇ ଶହ […]

congress

Manoranjan Sial
  • Published: Monday, 02 December 2019
  • , Updated: 02 December 2019, 04:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ପିଆଜ ମାର୍କେଟରେ ଲାଗିଛି ନିଆଁ। କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଆଉ ଖାଉଟିଙ୍କୁ ଏହି ଚିନ୍ତାରୁ ସାମାନ୍ୟ ମୁକ୍ତି ଦେବା ପାଇଁ ଚେଷ୍ଟା କରିଛି କଂଗ୍ରେସ। ରାଜଧାନୀ ଭୁବନେଶ୍ୱରରେ ପିଆଜ କିଲୋ ୪୦ ଟଙ୍କାରେ ବିକ୍ରି କରୁଛି କଂଗ୍ରେସ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଚାଲିଛି ପିଆଜ ବିକ୍ରି। ଜଣେ ଗ୍ରାହକଙ୍କୁ ୪୦ ଟଙ୍କା ଦରରେ ଅଢ଼େଇ ଶହ ଗ୍ରାମ ପିଆଜ ବିକ୍ରି କରାଯାଉଛି। ବହୁ ସଂଖ୍ୟାରେ ଲୋକେ ଆସି ପିଆଜ କିଣିଥିବା ଦେଖିବାକୁ ମିଳୁଛି।

କେନ୍ଦ୍ର ଓ ରାଜ୍ୟ ସରକାର ଦର ନିୟନ୍ତ୍ରଣରେ ବିଫଳ ହୋଇଥିବାରୁ ଏହି ଘଟଣାକୁ ନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ପ୍ରତିବାଦ କରିଛି କଂଗ୍ରେସ। ଏହି ଅବସରରେ ଦେଶରେ ପ୍ରତିଶ୍ରୁତି ଓ ପ୍ରଚାରର ସରକାର ଚାଲିଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Related story