ନାଲି ଆଖି ଦେଖାଇଲା ଡ୍ରାଇଭର ମହାସଂଘ; କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କୌଣସି ଡ୍ରାଇଭର ଷ୍ଟିଅରିଂ ଧରିବେ ନାହିଁ। ସମସ୍ତ ଡ୍ରାଇଭର ଗାଡ଼ି ନଚଲାଇ ନିଜ ନିଜ ଘରେ ବସିବେ। ଆଜି ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ରାଜ୍ୟ ଡ୍ରାଇଭର ସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟ ସରକାରଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ମାତ୍ର ସେଥିରୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। କେବଳ କୁହାଗଲା ପୁଲିସ୍‌ ପ୍ରଶାସନ ଓ ଜନ ସାଧାରଣ ହଇରାଣ […]

Chatayna

Chatayna

Manoranjan Sial
  • Published: Monday, 18 April 2022
  • Updated: 18 April 2022, 06:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କୌଣସି ଡ୍ରାଇଭର ଷ୍ଟିଅରିଂ ଧରିବେ ନାହିଁ। ସମସ୍ତ ଡ୍ରାଇଭର ଗାଡ଼ି ନଚଲାଇ ନିଜ ନିଜ ଘରେ ବସିବେ। ଆଜି ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ରାଜ୍ୟ ଡ୍ରାଇଭର ସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି।

ସେ କହିଛନ୍ତି, ଆଜି ରାଜ୍ୟ ସରକାରଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ମାତ୍ର ସେଥିରୁ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। କେବଳ କୁହାଗଲା ପୁଲିସ୍‌ ପ୍ରଶାସନ ଓ ଜନ ସାଧାରଣ ହଇରାଣ କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନି ମାସ ପରେ ବୀମା କଥା ବୁଝିବା ବୋଲି ସରକାର କହିଲେ। ସେଥିପାଇଁ କାଲି ସକାଳଠାରୁ ଷ୍ଟିଅରିଂ ଛାଡ଼ ଡାକରା ଦେଇଛୁ। ସମସ୍ତ ଡ୍ରାଇଭରଙ୍କୁ ଅନୁରୋଧ ଗାଡ଼ି ନଚଲାଇ ନିଜ ନିଜ ଘରେ ବସି ରୁହନ୍ତୁ। ରାଜ୍ୟର କୌଣସି ଚାଳକ ଗାଡ଼ି ଚାଲାଇବେ ନାହିଁ। ଏପରିକି କାହାକୁ ଗାଡ଼ି ଚଲାଇବାକୁ ଦେବେ ନାହିଁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିବ ବୋଲି ଚୈତନ୍ୟ ପ୍ରଧାନ କହିଛନ୍ତି।

୧୧ ଦଫା ଦାବି ପୂରଣ ପାଇଁ ଡ୍ରାଇଭର ସଂଘ ବାରମ୍ୱାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି। ହେଲେ ଦାବି ପୂରଣ କରିବା ପରିବର୍ତ୍ତେ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ ବସି ଯାଉଛନ୍ତି। ଯାହାଫଳରେ ଡ୍ରାଭରମାନେ ଦୁଃଖ ଓ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି। ଅନେକ ଡ୍ରାଇଭର ଦୁର୍ଘଟଣାରେ ଅଙ୍ଗ ହରାଇ ଘରେ ବସି ରହିଛନ୍ତି। ତେଣୁ ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଆଜି ହଜାର ହଜାର ଡ୍ରାଇଭର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସ୍ଥିତି ଅଣାୟତ ହେଉଥିବା ଦେଖି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଡ୍ରାଇଭର ସଂଘ ସଭାପତି ଓ ସମ୍ପାଦକଙ୍କୁ ଡାକି ଆଲୋଚନା କରିଥିଲା। ଦୀର୍ଘ ସମୟ ଧରି ଚାଲିଲା ଆଲୋଚନା ହେଲା। ବୈଠକ ଚାଲିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଉଠି ପଳାଇ ଆସିଥିଲେ। ଆଉ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଆଉ କହିଥିଲେ ଆସନ୍ତାକଲିଠାରୁ ଷ୍ଟିଅରିଂ ଧରିବେ ନାହିଁ ଡ୍ରାଇଭର।

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଡ୍ରାଇଭର ମହାସଂଘ ସହ ଆଲୋଚନା ସକାରାତ୍ମକ ରହିଛି। ଡ୍ରାଇଭରଙ୍କ ପ୍ରତି ଅନ୍ୟ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଦେଖାଯିବ। ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ବିଭିନ୍ନ ରାଜ୍ୟକୁ ପଠାଯିବ। ଏହି କମିଟିରେ ମନ୍ତ୍ରୀ ଓ ଅଫିସର ରହିବେ। କମିଟିର ଅନୁଧ୍ୟାନ ଆଧାରରେ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବିପ୍ରତି ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos