ପାଟକୁରା ଓ ବିଜେପୁର ବାଇ ଇଲେକ୍ସନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର […]

p-765

Tapas Behera
  • Published: Saturday, 15 June 2019
  • , Updated: 15 June 2019, 08:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାଟକୁରା ଓ ବିଜେପୁର ଉପନିର୍ବାଚନ ପରେ ବାଜିପାରେ ପୌର ନିର୍ବାଚନ ବିଗୁଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ସୀମା  ୫୦ ପ୍ରତିଶତ ଭିତରେ ରଖି ଏଥର ନିର୍ବାଚନ କରିବେ ରାଜ୍ୟ ନିର୍ବାଚନ କମିଶନ । ତେଣୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ କସରତ ସାରି  ତୁରନ୍ତ ତଥ୍ୟ ଦେବାକୁ କମିଶନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂରକ୍ଷଣ ସମ୍ପର୍କିତ ପ୍ରସ୍ତାବକୁ ବିଧାନସଭାରେ ପାରିତ କରିବାକୁ  ଥିବାରୁ ଏନେଇ ଏବେ ମୁହଁ ଖୋଲୁନି ନଗର ଉନ୍ନୟନ ବିଭାଗ।

ପୌର ସଂସ୍ଥାରେ ଏଥର ୫୦ ପ୍ରତିଶତ ଭିତରେ ରହିବ ସଂରକ୍ଷଣ ବ୍ୟବସ୍ଥା। ହାଇକୋର୍ଟଙ୍କ ଏ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ  କରି ଝଟ୍‌କା ଖାଇବା ପରେ ଏବେ ମ୍ୟୁନିସପାଲ ଆଇନରେ ଥିବା ପ୍ରଚଳିତ ବ୍ୟବସ୍ଥାକୁ ସଂଶୋଧନ କରିବେ ସରକାର । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଧାନସଭାର ବଜେଟ୍ ଅଧିବେଶନରେ ଏନେଇ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ସରକାର । ପ୍ରଚଳିତ ବ୍ୟବସ୍ଥାରେ ପୌର  ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହିପରି ୱାର୍ଡ଼ରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର  ଜନସଂଖ୍ୟାକୁ ଆଧାର କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯାଉଥିଲା । ଏହି ହିସାବରେ କିଛି ପୌର ସଂସ୍ଥାରେ ସଂରକ୍ଷଣ ୬୬  ପ୍ରତିଶତକୁ ଟପିଯାଉଥିଲା । ତେବେ ସାଧାରଣ ନିର୍ବାଚନ ଥିବାରୁ ସୁପ୍ରିମକୋର୍ଟଙ୍କ ରାୟକୁ କାଯର୍ୟକାରୀ କରି ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇପାରିନଥିଲେ ସରକାର। ଏବେ ନିର୍ବାଚନ ସରିଥିବାରୁ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ସମ୍ପର୍କିତ ତଥ୍ୟ ତୁରନ୍ତ ଦେବାକୁ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ମନେପକାଇ  ଦେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ କିନ୍ତୁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ବେଶି କିଛି କହି ନାହାନ୍ତି ।

ଡିସେମ୍ବର ୨୯, ୨୦୧୮ରେ କାର୍ଯ୍ୟକାଳ ସରିଥିବା ବ୍ରହ୍ମୁପୁର ମ୍ୟୁନିସ୍‌ପାଲ କର୍ପୋରେସନ ସମେତ ଅନ୍ୟ ୬୫ଟି ପୌର  ସଂସ୍ଥାରେ ପ୍ରଶାସକ ନିଯୁକ୍ତି କରିଛନ୍ତି ସରକାର । ସେହିପରି ଭୁବନେଶ୍ୱର ମହାନଗର ନିଗମ ସମେତ ୨୫ଟି ପୌର ସଂସ୍ଥାରେ ମଧ୍ୟ ଦ୍ୱିତୀୟ  ପର୍ଯ୍ୟାୟରେ ଜାନୁଆରୀ  ମାସରେ ପ୍ରଶାସକ ନିଯୁକ୍ତି ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ଝଟକା ପରେ ସରକାର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ  ଆଳରେ ନିର୍ବାଚନ ଟାଳିଥିବା ଚର୍ଚ୍ଚା ହୋଇଥିଲା। ଏବେ କିନ୍ତୁ ସାଧାରଣ ନିର୍ବାଚନରେ ସରକାରୀ ଦଳ ଭଲ ପ୍ରଦର୍ଶନ କରିଥିବାରୁ ଆଉ  ନିର୍ବାଚନ ମଇଦାନକୁ ଓହ୍ଲାଇବାରେ ସମସ୍ୟା ରହିବା କଥା ନୁହେଁ । ସେପଟେ ପୌର ନିର୍ବାଚନ ବିଳମ୍ବ ହେବାରେ କିନ୍ତୁ ବିରୋଧୀ ବାରୁଛନ୍ତି  ରାଜନୈତିକ ଷଡ଼ଯନ୍ତ୍ରର ଗନ୍ଧ ।

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅତିକମରେ ୪ ମାସ ସମୟ ଲାଗିବ । ଯଦି ଆଗାମୀ  ବିଧାନସଭା ଅଧିବେଶନ ବେଳେ ପ୍ରଚଳିତ ଆଇନରେ ଆବଶ୍ୟକ ସଂଶୋଧନ କରି ସରକାର ନିର୍ବାଚନ କମିଶନଙ୍କୁ ଜୁନ୍ ଶେଷ ସପ୍ତାହରେ  ତଥ୍ୟ ଦିଅନ୍ତି, ତେବେ ଜୁଲାଇରେ ପୌର ନିର୍ବାଚନ ପାଇଁ ଘଣ୍ଟି ବଜାଇ ପାରନ୍ତି କମିଶନ।

Related story