ବିଗିଡ଼ିଲା ପରେ ଚେତିଲେ, ଏବେ ଆର୍ଥିକ ଶୃଙ୍ଖଳା ଛାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ‘ଗୋଲାପୀ’ ଅର୍ଥନୀତିର ବାସ୍ତବତା ଏବେ ପଦାରେ ପଡ଼ିଛି। ଆର୍ଥିକ ସ୍ଥିତି ଏଭଳି ବିଗିଡ଼ିଲାଣି ଯେ, ବିଭିନ୍ନ ନୂଆ ଯୋଜନା ଓ ନିଯୁକ୍ତି ଆଳରେ ରାଜକୋଷ ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରିବା ଭଳି ପଦକ୍ଷେପକୁ ଅର୍ଥ ବିଭାଗ ଆଉ ହଜମ କରିବା ମୁଡରେ ନାହିଁ। ଅର୍ଥ ବିଭାଗ ସହ ପରାମର୍ଶ ନକରି କୌଣସି ବିଭାଗ ନୂଆ ଯୋଜନା ପାଇଁ କିଛି ବି ନିଷ୍ପତ୍ତି ନେଇପାରିବେ ନାହିଁ। ଏଣିକି ଅର୍ଥ ବିଭାଗର ଅନୁମୋଦନ […]

at-long-last-odisha-ministers-get-their-personal-secretaries

Manoranjan Sial
  • Published: Sunday, 14 July 2019
  • Updated: 14 July 2019, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର 'ଗୋଲାପୀ' ଅର୍ଥନୀତିର ବାସ୍ତବତା ଏବେ ପଦାରେ ପଡ଼ିଛି। ଆର୍ଥିକ ସ୍ଥିତି ଏଭଳି ବିଗିଡ଼ିଲାଣି ଯେ, ବିଭିନ୍ନ ନୂଆ ଯୋଜନା ଓ ନିଯୁକ୍ତି ଆଳରେ ରାଜକୋଷ ଉପରେ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରିବା ଭଳି ପଦକ୍ଷେପକୁ ଅର୍ଥ ବିଭାଗ ଆଉ ହଜମ କରିବା ମୁଡରେ ନାହିଁ। ଅର୍ଥ ବିଭାଗ ସହ ପରାମର୍ଶ ନକରି କୌଣସି ବିଭାଗ ନୂଆ ଯୋଜନା ପାଇଁ କିଛି ବି ନିଷ୍ପତ୍ତି ନେଇପାରିବେ ନାହିଁ। ଏଣିକି ଅର୍ଥ ବିଭାଗର ଅନୁମୋଦନ କହିଲେ କେବଳ ଅର୍ଥ ସଚିବ କିମ୍ବା ଅର୍ଥମନ୍ତ୍ରୀଙ୍କ ଲିଖିତ ସମ୍ମତିକୁ ହିଁ ବୁଝାଯିବ ବୋଲି ଅର୍ଥ ବିଭାଗ ରୋକଠୋକ୍ କହିଛି।

ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଏକେକେ ମୀନା ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ, ବିଭାଗୀୟ ନିର୍ଦ୍ଦେଶକ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ରୁଲସ ଅଫ ବିଜିନେସର ରୁଲ-୧୦ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ରାଜ୍ୟ ରାଜକୋଷକୁ ପ୍ରଭାବିତ କରୁଥିବା ସମସ୍ତ ପ୍ରସଙ୍ଗରେ ଅର୍ଥ ବିଭାଗର ଅନୁମୋଦନ ଜରୁରୀ। କିନ୍ତୁ ଦେଖାଯାଉଛି ଅନେକ ବିଭାଗ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିବା ଭଳି ନିଷ୍ପତ୍ତି ନେବା ସମୟରେ ଅର୍ଥ ବିଭାଗ ଅନୁମୋଦନ ନେଉନାହାନ୍ତି। ଏପରିକି ସମ୍ପୃକ୍ତ ବିଭାଗରେ ଥିବା ଫାଇନାନ୍ସିଆଲ ଆଡଭାଇଜର (ଏଫଏ)ମାନଙ୍କ ପରାମର୍ଶକୁ ଅଣଦେଖା କରିବାକୁ ବି ପଛାଉନାହାନ୍ତି। କୌଣସି ନୂଆ ଯୋଜନା ହେଉ କିମ୍ବା କର୍ମଚାରୀଙ୍କ ଗ୍ରେଡେସନ, କ୍ୟାଡର ପୁନର୍ଗଠନ ବା ପଦୋନ୍ନତି ଭଳି ନିଷ୍ପତ୍ତି ନେବାବେଳେ ବି ବିଭାଗୀୟ ସଚିବମାନେ ମନମୁଖି ନିଷ୍ପତ୍ତି ନେଉଛନ୍ତି। ଅର୍ଥ ବିଭାଗ ସେହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଲେ, ଏନେଇ ହୋଇଥିବା ବୈଠକରେ ଅର୍ଥ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାର ଆଳ ଦେଖାଇବାକୁ ପଛାଉ ନାହାନ୍ତି।

ଏଭଳି ପ୍ରଶାସନିକ ନିଷ୍ପତ୍ତି ବା ଅବ୍ୟବସ୍ଥା ଯୋଗୁ ରାଜ୍ୟ ରାଜକୋଷ ଉପରେ ଅଧିକରୁ ଅଧିକ ଚାପ ପଡ଼ୁଛି। ତେଣୁ ଏଭଳି ପରମ୍ପରା ତୁରନ୍ତ ବନ୍ଦ ହେବା ଜରୁରୀ। ବିଭାଗଗୁଡ଼ିକ ଦ୍ୱାରା ଏକତରଫା ଭାବେ ରାଜକୋଷ ଉପରେ ଚାପ ପକାଇବା ଭଳି କୌଣସି ଆର୍ଥିକ ନିଷ୍ପତ୍ତିକୁ ଅର୍ଥ ବିଭାଗ ଅନୁମୋଦନ କରିବ ନାହିଁ। ଏହାକୁ ଫାଇନାନ୍ସିଆଲ ପାୱାର ରୁଲସ-୧୯୭୮ର ରୁଲ-୨୨ର ଉଲ୍ଲଘଂନ ବୋଲି ବିବେଚନା କରାଯିବ। ଅନେକ ସମୟରେ କୌଣସି ନୂଆ ଯୋଜନା କିମ୍ବା ଆର୍ଥିକ ବୋଝ ପଡ଼ୁଥିବା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଡାକୁଥିବା ବୈଠକରେ ଅର୍ଥ ବିଭାଗର ସଚିବ କିମ୍ବା ତାଙ୍କ ସହଯୋଗୀ ଅଫିସରମାନେ ଯୋଗ ଦେଇଥାନ୍ତି। ଆଉ ସେହି ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଅର୍ଥ ବିଭାଗର ଅନୁମୋଦନର ଆଳ ଦେଖାଇବାକୁ ବିଭାଗଗୁଡ଼ିକ ପଛାଇନଥାନ୍ତି। ତେଣୁ ଏଭଳି ବୈଠକରେ ନିଆଯାଉଥିବା ନିଷ୍ପତ୍ତି ବା ସୁପାରିସକୁ ଏଣିକି କେବଳ ଅର୍ଥ ବିଭାଗର ସଚିବ କିମ୍ବା ଅର୍ଥ ମନ୍ତ୍ରୀଙ୍କ ଲିଖିତ ସମ୍ମତିରେ ଅନୁମୋଦନ ମିଳିବ। ଏପରିକି ପ୍ରଚଳିତ ଯୋଜନାରେ ସଂଶୋଧନ ବା ନୂଆ ଯୋଜନା କିମ୍ବା ସେବାକୁ କାର୍ଯ୍ୟକାରୀ କରିବାବେଳେ ଏଣିକି ଅର୍ଥ ବିଭାଗର ପୂର୍ବ ଅନୁମୋଦନ ନେବା ଜରୁରୀ ବୋଲି ଶ୍ରୀ ମୀନା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଋଣଭାର ଦିନକୁ ଦିନ ବୃଦ୍ଧି ପାଇ ଏବେ ୧ଲକ୍ଷ କୋଟି ଟଙ୍କା ଛୁଇଁବାକୁ ବସିଥିବାବେଳେ ବିତ୍ତୀୟ ନିଅଣ୍ଟ ନିର୍ଦ୍ଧାରିତ ମାନଦଣ୍ଡ ୩.୫% କୁ ଅତିକ୍ରମ କରିବାକୁ ବସିଲାଣି। ଶାସକ ଦଳକୁ ଖୁସି କରିବା ପାଇଁ ସଚିବମାନେ ଅର୍ଥ ବିଭାଗର ପୂର୍ବ ଅନୁମତି ନ ନେଇ ମାଳମାଳ ନୂଆ ଯୋଜନା ଓ କାର୍ଯ୍ୟକ୍ରମମାନ ହାତକୁ ନେଇ ରାଜକୋଷ ଉପରେ ଚାପ ପକାଉଥିବାରୁ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ଆର୍ଥିକ ଶୃଙ୍ଖଳ ରକ୍ଷା ପାଇଁ ଅର୍ଥ ବିଭାଗ ଗତ ୧୦ତାରିଖରେ ଏଭଳି କଡ଼ା ଚିଠି ଲେଖିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story