ଦିଶିଲା ଆଶାର ଆଲୋକ: ଏମ୍ସରେ ହେବ ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା, ଦାୟିତ୍ୱ ନେଲା ପ୍ରଶାସନ, ହସିଲେ ବାପା ମାଆ

Ordigital Desk
  • Published: Thursday, 29 June 2017
  • , Updated: 29 June 2017, 08:20 PM IST
<p>ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ନୂଆଦିଲ୍ଲୀର ଏମ୍ସରେ ହେବ। ଏଥିପାଇଁ ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରିବେ। ଓଟିଭିରେ ଏହି ବିରଳ ଶିଶୁଙ୍କ ସଂପର୍କରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।</p> <p>ପ୍ରତାପ ଜେନା କହିଛନ୍ତି-&ldquo;ଯୋଡ଼ା ମୁଣ୍ଡ ଚିକିତ୍ସା ଓଡ଼ିଶାରେ ସମ୍ଭବ ନୁହେଁ। ସେଥିପାଇଁ ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଏମ୍ସ ପଠାଯିବ। ସେଠାରେ ଯାହା ଖର୍ଚ୍ଚ ହେବ ରାଜ୍ୟ ସରକାର ବହନ କରିବେ।&rdquo;</p> <p>ଦୁଇ ଭାଇ ହନି ଓ ସିଂହଙ୍କ ଯୋଡ଼ା ମୁଣ୍ଡ ଅଲଗା ହେବ। ସେମାନେ ନୂଆ ଜୀବନ ପାଇବେ। ପରିବାର ଲୋକଙ୍କ ଆଶା ବଢ଼ିଲା। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଟିମ୍&zwnj; ଗାଁକୁ ଯାଇ ଦୁଇ ଶିଶୁଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଖବର ପାଇବା ପରେ ପିଲା ଦ୍ୱୟଙ୍କ ପିତାମାତାଙ୍କ ଆନନ୍ଦ ସୀମା ରହିନଥିଲା।</p>

Related story