ଗଳାବାଟରେ ବିଜୁଙ୍କ ନାଁରେ ସ୍କୁଲ ପାଇଁ ଜାଭିୟର ସହ ଭାଗିଦାର ହେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଏକ ସ୍କୁଲ ସ୍ଥାପନ ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାର ଗଳାବାଟ ଦେଇ ବୁଝାମଣା କରିବାକୁ ଯାଉଥିବା ସୂଚନା ମିଳିଛି। ଜାଭିୟର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ‘ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ ଆଫାୟର୍ସ’କୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବା ପାଇଁ ସରକାରୀ ତହବିଲରୁ ଅର୍ଥ ଓ ଜମି ଦେବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ,ଭୁବନେଶ୍ୱରସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟ […]

11-1

11-1

Tapas Behera
  • Published: Friday, 17 January 2020
  • Updated: 17 January 2020, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଏକ ସ୍କୁଲ ସ୍ଥାପନ ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ସହ ରାଜ୍ୟ ସରକାର ଗଳାବାଟ ଦେଇ ବୁଝାମଣା କରିବାକୁ ଯାଉଥିବା ସୂଚନା ମିଳିଛି। ଜାଭିୟର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ‘ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ ଆଫାୟର୍ସ’କୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବା ପାଇଁ ସରକାରୀ ତହବିଲରୁ ଅର୍ଥ ଓ ଜମି ଦେବାକୁ ଯୋଜନା ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ,ଭୁବନେଶ୍ୱରସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟ ଅଧୀନରେ ଏବେ ପୁରୀ ଜିଲ୍ଲାର ହରିରାଜପୁର ନିକଟସ୍ଥ ନିଜିଗଡ଼ାଠାରେ ‘ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ ଆଫାୟର୍ସ’ ପ୍ରତିଷ୍ଠାନ ରହିଛି। ଏହି ସ୍କୁଲରେ ପ୍ରଶାସନ, ସାଧାରଣ ବ୍ୟାପାର ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବିକାଶ ଓ ନେତୃତ୍ୱ ସୃଷ୍ଟି କରିବା ପାଇଁ ଶିକ୍ଷା ପ୍ରଦାନ କରାଯାଉଛି।
ତେବେ ଏହି ଘରୋଇ ସ୍କୁଲକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବେ ଏହି ସ୍କୁଲର ମୁଖ୍ୟ ଉପଦେଷ୍ଟା ଥିବାବେଳେ ଅନ୍ୟଜଣେ ସାଂସଦ ସସ୍ମିତ ପାତ୍ର ଏହି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଏହି ଘରୋଇ ସ୍କୁଲକୁ ସରକାରୀ ତହବିଲରୁ ୫୦କୋଟି ଟଙ୍କା ଓ ସରକାରୀ ଜମି ଯୋଗାଇ ଦେବା ପାଇଁ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି। ଏଥିପାଇଁ ଆସନ୍ତା ୨୦ତାରିଖରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ପ୍ରଥମଥର ପାଇଁ ଏହି ବୈଠକ ବସିବ ଓ ଏଥିରେ ବିଜୁ ପଟ୍ଟନାୟକ ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ ଆଫାୟର୍ସ ସ୍ଥାପନକୁ ନେଇ ଆଲୋଚନା ହେବ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମୟରେ ବିଜୁବାବୁଙ୍କ ନାଁରେ ଏଭଳି ସ୍କୁଲ ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ଏଥିପାଇଁ ପୁଣେର ଏକ ସଂସ୍ଥାର ପ୍ରତିନିଧିମାନେ ଓଡ଼ିଶା ଆସି ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିବା ପୁଣେର ଏହି ସଂସ୍ଥା ସହ ବିଭିନ୍ନ କାରଣରୁ ତୃତୀୟ ମହଲା ସମ୍ପର୍କ ବୃଦ୍ଧି ନକରିବା ପରେ ଭୁବନେଶ୍ୱରସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟ ଏଥିପାଇଁ ଆଗ୍ରହ ଦେଖାଇଥିଲା। ତେବେ ଗତ ଦୁଇବର୍ଷ ଧରି ଏହି ପ୍ରସ୍ତାବ ବିଶେଷ ଆଗେଇ ପାରିନଥିଲା।
ସୂଚନା ଅନୁସାରେ, ୨ଜଣ ବିଜେଡି ସାଂସଦଙ୍କ ଚାପ ଯୋଗୁ ରାଜ୍ୟ ସରକାର ଏବେ ଏହି ପ୍ରତିଷ୍ଠାନ ସ୍ଥାପନ ନିମନ୍ତେ ପ୍ରସ୍ତାବକୁ ପୁଣିଥରେ ଆଗେଇଛନ୍ତ। ଏହି ଘରୋଇ ସ୍କୁଲକୁ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ ନିମନ୍ତେ ରାଜ୍ୟ ସରକାର ୫୦କୋଟି ଟଙ୍କା ଓ ସରକାରୀ ଜମି ଦେବାର ଯୋଜନା ଥିଲା । କିନ୍ତୁ ପରେ ଏହି ଅର୍ଥରାଶିକୁ ହ୍ରାସ କରାଯାଇଥିବା ଜଣାପଡ଼ିଛି।

ତେବେ ପ୍ରଶ୍ନ ଉଠୁଛି, ଏକ ଘରୋଇ ସ୍କୁଲ ଯେଉଁଠି ବିଜେଡିର ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକ ମୁଖ୍ୟ ଉପଦେଷ୍ଟା ଅଛନ୍ତି ତା’ସହ ବୁଝାମଣା କରିବା ପାଇଁ ରାଜ୍ୟ ସରକାର ଏତେ ତତ୍ପର କାହିଁକି ହୋଇପଡ଼ିଛନ୍ତି । ସରକାରୀ ଭାବେ ନିଜେ କାହିଁକି ଏଭଳି ଏକ ବିଶ୍ୱସ୍ତରୀୟ ସ୍କୁଲ ସ୍ଥାପନ କରି ତା’ର ନାଁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରୁନାହାନ୍ତି କାହିଁକି? ମାତ୍ର ୭୦ଦିନ ମଧ୍ୟରେ ବିଶ୍ୱକପ୍ ହକି ଆୟୋଜନର ବାହାବା ନେଉଥିବା ରାଜ୍ୟ ସରକାର ଏଭଳି ଏକ ସ୍କୁଲ ସ୍ଥାପନ କରିବାରେ କ’ଣ ସତରେ ଅକ୍ଷମ ନା ଏହି ଘରୋଇ ସ୍କୁଲକୁ ଅହେତୁକ ଅନୁକମ୍ପା ଦେଖାଯିବା ପଛରେ ଆଉ କ’ଣ କାରଣ ରହିଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story