ସାର୍‌ଙ୍କ ପାଇଁ ବଢ଼ିଲା ବିପଦ; ସରକାର କହିଲେ- ଖାତା ଦେଖିବାକୁ ଆସିନଥିବା ଶିକ୍ଷକଙ୍କୁ ନିଲମ୍ୱନ କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଠୋର ହେଲେ ରାଜ୍ୟ ସରକାର। ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦାବି ପୂରଣ ପାଇଁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଛି। ଏଥିରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିଲେ। ଖାତା ମୂଲ୍ୟାୟନ କରିବାକୁ ଶିକ୍ଷକମାନେ ଯାଇନଥିଲେ। ଯାହାଦ୍ୱାରା +୨ […]

teacher in bbsr

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 10:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଠୋର ହେଲେ ରାଜ୍ୟ ସରକାର। ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ଆସୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ଦାବି ପୂରଣ ପାଇଁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଛି। ଏଥିରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିଲେ। ଖାତା ମୂଲ୍ୟାୟନ କରିବାକୁ ଶିକ୍ଷକମାନେ ଯାଇନଥିଲେ। ଯାହାଦ୍ୱାରା +୨ ଖାତାଦେଖାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଘଟଣାର ସମାଧାନ କରିବା ପରିବର୍ତ୍ତେ ଖାତା ଦେଖୁନଥିବା ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଚାଲିବ। ଦରକାର ପଡ଼ିଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଚେତାବନୀ ଦେଇଛି।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ ଗୋଲକ ନାୟକ କହିଛନ୍ତି-“ରାଜ୍ୟ ସରକାର ବନ୍ଧୁକ ମୁନରେ ଶାସନ କରିବାକୁ ଚାହିଁଲେଣି। ଶିକ୍ଷକଙ୍କ ଘରୁ ଉଠାଇ ଆଣିବା, ୧୪୦ ଧାରା ଲଗାଇବା ଓ ନିଲମ୍ୱନ ପାଇଁ ଧମକ ଦେଉଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାର ଖାତା ଦେଖିବାରେ ବିଫଳ ହୋଇଛନ୍ତି।”

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ ପବିତ୍ର ମାହାଲା କହିଛନ୍ତି-“ରାଜ୍ୟ ସରକାରଙ୍କ ଏପରି ଧମକକୁ ଆମେ ଡରିବୁ ନାହିଁ। ଏହା ଦ୍ୱାରା ଆନ୍ଦୋଳନ ପ୍ରଭାବିତ ହେବ ନାହିଁ। ଆଗକୁ ଆନ୍ଦୋଳନ ତୀବ୍ରତର ହେବ।”

Related story