ବାତ୍ୟା ପରବର୍ତ୍ତୀ ଥଇଥାନକୁ ନେଇ ମିଛ କହୁଛନ୍ତି ସରକାର : କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ପରବର୍ତ୍ତୀ ଥଇଥାନକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି ଓ ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବସ୍ଥା ପଦାରେ ପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବାତ୍ୟାର ୧୦ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ କହିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ ଅଭିଯୋଗ କରିଛନ୍ତି ଯେ, ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସର୍ବନିମ୍ନ […]

Congress-is-indirectly-helping-ruling-bjd-in-odisha-say-political-analysts

Manoranjan Sial
  • Published: Monday, 13 May 2019
  • Updated: 13 May 2019, 08:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ପରବର୍ତ୍ତୀ ଥଇଥାନକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି ଓ ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବସ୍ଥା ପଦାରେ ପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବାତ୍ୟାର ୧୦ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ କହିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ ଅଭିଯୋଗ କରିଛନ୍ତି ଯେ, ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରିଲିଫ ପରିଚାଳନାରେ ସରକାରଙ୍କ ଉଦାସୀନତା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ବାତ୍ୟା ପ୍ରଭାବିତ ସାଧାରଣ ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରଭାବିତଙ୍କୁ ପିଇବା ପାଣି, ରନ୍ଧା ଖାଦ୍ୟ ଓ ପିନ୍ଧିବା ବସ୍ତ୍ର ମଧ୍ୟ ଯୋଗାଇବାରେ ସରକାର ସକ୍ଷମ ହୋଇନାହାନ୍ତି। ସେହିପରି ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର, କଟକ ଏବଂ ପୁରୀ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ ଦିଆଯିବ ବୋଲି ସରକାର ଯେଉଁ ବାହାସ୍ଫୋଟ ମାରିଥିଲେ ତାହା ଏବେ ଡାହା ମିଛରେ ପରିଣତ ହୋଇଛି।

ଶ୍ରୀ ଶତପଥୀ କହିଛନ୍ତି, ଆଜିର ଦିନରେ ଭୁବନେଶ୍ୱର ସହରରେ ଅର୍ଦ୍ଧାଧିକ ସ୍ଥାନ ଯଥା: ନୂଆପଲ୍ଲୀ, ଆଇଆରସି ଭିଲେଜ, କଳିଙ୍ଗ ନଗର, ହଂସପାଳ ଭଳି ଅନେକ ଅଞ୍ଚଳକୁ ବିଜୁଳି ସଂଯୋଗ ଦିଆଯାଇ ନାହିଁ। ପୁରୀ ବଡ଼ଦାଣ୍ଡକୁ ୧୨ ତାରିଖ ସୁଦ୍ଧା ବିଜୁଳି ସଂଯୋଗ ଦେବାର ଯେଉଁ ଦମ୍ଭୋକ୍ତି ସରକାର କରିଥିଲେ, ତାହା ଫସର ଫାଟିଯାଇଛି ଏବଂ ସରକାର କେବଳ ଦିନ ଗଡ଼ାଇବାରେ ବ୍ୟସ୍ତ ରହିଛନ୍ତି। ବିଜୁଳି ସଂଯୋଗକୁ ନେଇ ବିଭାଗୀୟ ସଚିବ ସାଧାରଣ ଜନତାଙ୍କୁ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ। ସରକାର ବିଜୁଳି ଏବଂ ପାଣିକୁ ନେଇ ଯେଉଁ ସଂଖ୍ୟାର ଖେଳ ‘ପ୍ରତିଶତ’ ଆକାରରେ ପ୍ରତ୍ୟେକ ଦିନ ଗଣମାଧ୍ୟମକୁ ଦେଉଛନ୍ତି ତାହା ସତ୍ୟ ଆଧାରିତ ନୁହେଁ,ଏ କଥା ସାଧାରଣ ଜନତାଙ୍କର ତୃଣମୁଳ ସ୍ତରରୁ ଆସୁଥିବା ଅଭିଯୋଗର ହିଁ ସ୍ପଷ୍ଟ।

ପୁରୀକୁ ବିଭିନ୍ନ ସ୍ଥାନରୁ ଆସି ପହଞ୍ଚୁଥିବା ରିଲିଫ ସାମଗ୍ରୀକୁ ଠିକ୍ ଭାବରେ ବାଣ୍ଟିବା ପାଇଁ ଯେଉଁଭଳି ଭାବରେ ମାନବସମ୍ବଳକୁ ଉପଯୋଗ କରାଯିବା କଥା ତାହା ହେଉନାହିଁ ଏବଂ ସରକାରୀ ଅଧିକାରୀମାନେ ଏ ନେଇ ନୀରବତା ଅବଲମ୍ବନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଯେଉଁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ ସରକାର ସେହି ଗ୍ରାମକୁ କିଭଳି ରିଲିଫ୍ ସାମଗ୍ରୀ ପଠାଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଖାଲି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଳା ନୁହେଁ, ବରଂ ସମଗ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଥିବା ଗଭୀର ନଳକୂପକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରାଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି। ସେହିପରି ସରକାରଙ୍କ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ହଜାର ହଜାର ସଂଖ୍ୟାର ଗଛ କାଟି ସଫା କରିବାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି ଓ ସଡ଼କ ଯୋଗାଯୋଗରେ ସୁଧାର ଆସିପାରୁନି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ ଓ ମିଡିଆ ସଂଯୋଜକ ନରେଶ ମହାନ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story