ପିଇଟିମାନଙ୍କ ବେତନ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପିଇଡି (Bachelor of Physical Education) ଓ ବିଏସିପିଇଡି(BSc Physical Education) ଯୋଗ୍ୟତା ଥିବା ପିଇଟିମାନଙ୍କ ବେତନ ବୃଦ୍ଧି କରାଯାଇଛି। ଆଜି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନା ମୁତାବକ, ବିପିଇଡ଼ି ଓ ବିଏସିପିଇଡ଼ି ଯୋଗ୍ୟତା ଅର୍ଜନ କରିଥିବା ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ୨୦୧୪ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର ଅନୁଯାୟୀ ଅନୁଦାନ ପ୍ରାପ୍ତ କାର୍ଯ୍ୟରତ ପିଇଟିମାନଙ୍କର ବେତନ ବଢ଼ଛି। ସେମାନଙ୍କ ମାସିକ ବେତନ ୮ ହଜାର ଟଙ୍କାରରୁ ୧୩ ହଜାର ୫୦୦ ଟଙ୍କାକୁ […]

PET

  • Published: Wednesday, 27 July 2022
  • , Updated: 27 July 2022, 07:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପିଇଡି (Bachelor of Physical Education) ଓ ବିଏସିପିଇଡି(BSc Physical Education) ଯୋଗ୍ୟତା ଥିବା ପିଇଟିମାନଙ୍କ ବେତନ ବୃଦ୍ଧି କରାଯାଇଛି। ଆଜି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସୂଚନା ମୁତାବକ, ବିପିଇଡ଼ି ଓ ବିଏସିପିଇଡ଼ି ଯୋଗ୍ୟତା ଅର୍ଜନ କରିଥିବା ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ୨୦୧୪ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର ଅନୁଯାୟୀ ଅନୁଦାନ ପ୍ରାପ୍ତ କାର୍ଯ୍ୟରତ ପିଇଟିମାନଙ୍କର ବେତନ ବଢ଼ଛି। ସେମାନଙ୍କ ମାସିକ ବେତନ ୮ ହଜାର ଟଙ୍କାରରୁ ୧୩ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ବେତନ ବୃଦ୍ଧି ନେଇ ଶିକ୍ଷକମାନେ ବାରମ୍ବାର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Related story