ସହିଦ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିଆରପିଏଫର ସହିଦ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପ୍ରଦୀପ ପଢ଼ୁଥିବା ସ୍କୁଲ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ରାଷ୍ଟ୍ରୀୟ ବିଦ୍ୟାଳୟ ପରିସରରେ ଗତକାଲି ଏହି  ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।  ଭୁବନେଶ୍ୱର ସିଆରପିଏଫ୍‌ ୧୨୦ ବାଟାଲିଅନର ଡିଆଇଜି ରାମ ଚରିତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ। ଏହି ଅବସରରେ ପ୍ରଦୀପଙ୍କ ପତ୍ନୀ ନିମତ୍ତି ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ସିଆରପିଏଫ୍‌ ପକ୍ଷରୁ ତାଙ୍କ ଦୁଇ ପୁଅଙ୍କ ଶିକ୍ଷା ଖର୍ଚ୍ଚ ବହନ […]

rkl

rkl

Jyoshna Pradhan
  • Published: Saturday, 07 September 2019
  • Updated: 07 September 2019, 11:36 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିଆରପିଏଫର ସହିଦ୍‌ ଯବାନ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପ୍ରଦୀପ ପଢ଼ୁଥିବା ସ୍କୁଲ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ରାଷ୍ଟ୍ରୀୟ ବିଦ୍ୟାଳୟ ପରିସରରେ ଗତକାଲି ଏହି  ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।  ଭୁବନେଶ୍ୱର ସିଆରପିଏଫ୍‌ ୧୨୦ ବାଟାଲିଅନର ଡିଆଇଜି ରାମ ଚରିତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ।

ଏହି ଅବସରରେ ପ୍ରଦୀପଙ୍କ ପତ୍ନୀ ନିମତ୍ତି ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ସିଆରପିଏଫ୍‌ ପକ୍ଷରୁ ତାଙ୍କ ଦୁଇ ପୁଅଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ, ରାଉରକେଲା ୧୯ ବଟାଲିଅନର କମଣ୍ଡେଣ୍ଟ  ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୧୭ ମସିହା ୩୧ ଡିସେମ୍ବରରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ସହ ଗୁଳି ବିନିମୟ ବେଳେ CRPF ଯବାନ ପ୍ରଦୀପ ପଣ୍ଡା ସହିଦ ହୋଇଥିଲେ। ବୀରତ୍ୱ ଲାଗି ତାଙ୍କୁ ପୂର୍ବରୁ କୀର୍ତ୍ତି ଚକ୍ର ଉପାଧିରେ ସମ୍ମାନିତ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos