ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଦିଆଯିବ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ । ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି। ସେଠାରେ ଲୋକେ ଯାଇ ଭ୍ୟାକ୍ସିନ ନେଇପାରିବେ । ଖୁବ୍‌ଶୀଘ୍ର ଏ ସଂପର୍କରେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ମାତ୍ର ୧୦୦ ଟଙ୍କା ପ୍ରୋସେସିଂ ଫି ଦେଇ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ୍ ନେଇ ହେବ ବୋଲି କହିଥିଲେ ସରକାର । ତେବେ ବିଏମସି ପକ୍ଷରୁ ଏଯାଏଁ […]

vaccine

Tapas Behera
  • Published: Monday, 10 May 2021
  • , Updated: 10 May 2021, 04:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ । ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି। ସେଠାରେ ଲୋକେ ଯାଇ ଭ୍ୟାକ୍ସିନ ନେଇପାରିବେ । ଖୁବ୍‌ଶୀଘ୍ର ଏ ସଂପର୍କରେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ମାତ୍ର ୧୦୦ ଟଙ୍କା ପ୍ରୋସେସିଂ ଫି ଦେଇ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ୍ ନେଇ ହେବ ବୋଲି କହିଥିଲେ ସରକାର ।

ତେବେ ବିଏମସି ପକ୍ଷରୁ ଏଯାଏଁ ଘରୋଇ ହସ୍ପିଟାଲକୁ କୌଣସି ଟିକା ଦିଆଯାଇନାହିଁ । ବିଏମ୍ସି ପାଖକୁ ମାତ୍ର  ଦେଢ଼ ଲକ୍ଷ ଟିକା ଆସିଥିଲା । ଟିକାକରଣ ପାଇଁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍ ବୁକିଂ ସରିଥିବାରୁ ସେଗୁଡିକ କ୍ୟାନ୍ସଲ କରିହେବ ନାହିଁ । ଫଳରେ ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇ ନ ଥିବା ବିଏମ୍ସି କମିଶନର କହିଛନ୍ତି ।

ତେବେ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଏହା ଯୋଗାଇ ଦିଆଯିବ । ଟିକା ପ୍ରଦାନ ପାଇଁ ବିଏମ୍ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୧ଟି ହସ୍ପିଟାଲକୁ ସିଲେକ୍ସନ କରାଯାଇଥିଲା । ବର୍ତ୍ତମାନ ରାଜଧାନୀରେ ପାଖାପାଖି ୫ ଲକ୍ଷ ଲୋକେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି।

Related story