୧୫ରୁ ଅଧିକ କ୍ରସର ସିଲ୍‌ କଲା ଏସଟିଏଫ୍ ଟିମ୍‌

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବେଆଇନ ପଥର ଖଣି ପରେ ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ସ୍କାନରରେ ରହିଛି କ୍ରସର ଯୁନିଟ୍। ଆଜି ୧୨୦ରୁ ଅଧିକ କ୍ରସର ଯୁନିଟ୍‌ ଉପରେ ଏସ୍‌ଟିଏଫ୍‌ର ୧୦ଟି ଟିମ୍‌ ବଡ଼ ଧରଣର ଚଢ଼ଉ କରିଛି। ଏପରିକି ବେଆଇନ୍‌ ଭାବେ ଚାଲୁଥିବା ୧୫ରୁ ଅଧିକ କ୍ରସର ୟୁନିଟ୍‌କୁ ସିଲ୍‌ କରିଛି ଏସଟିଏଫ୍ ଟିମ୍‌। ତେବେ ଚଢ଼ଉ ସମୟରେ ୬୦ ପ୍ରତିଶତ କ୍ରସର ଯୁନିଟ୍‌ ବେଆଇନ ଭାବେ ଚାଲୁଥିବା ଏବଂ ମାତ୍ର ୪୦ ପ୍ରତିଶତ ଲାଇସେନ୍ସ […]

STF-RAID-CRUSHER-UNITS-AND-SEAL-15-ILLEGALLY-UNITS

STF-RAID-CRUSHER-UNITS-AND-SEAL-15-ILLEGALLY-UNITS

Manoranjan Sial
  • Published: Tuesday, 23 July 2019
  • Updated: 23 July 2019, 06:14 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବେଆଇନ ପଥର ଖଣି ପରେ ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ସ୍କାନରରେ ରହିଛି କ୍ରସର ଯୁନିଟ୍। ଆଜି ୧୨୦ରୁ ଅଧିକ କ୍ରସର ଯୁନିଟ୍‌ ଉପରେ ଏସ୍‌ଟିଏଫ୍‌ର ୧୦ଟି ଟିମ୍‌ ବଡ଼ ଧରଣର ଚଢ଼ଉ କରିଛି। ଏପରିକି ବେଆଇନ୍‌ ଭାବେ ଚାଲୁଥିବା ୧୫ରୁ ଅଧିକ କ୍ରସର ୟୁନିଟ୍‌କୁ ସିଲ୍‌ କରିଛି ଏସଟିଏଫ୍ ଟିମ୍‌। ତେବେ ଚଢ଼ଉ ସମୟରେ ୬୦ ପ୍ରତିଶତ କ୍ରସର ଯୁନିଟ୍‌ ବେଆଇନ ଭାବେ ଚାଲୁଥିବା ଏବଂ ମାତ୍ର ୪୦ ପ୍ରତିଶତ ଲାଇସେନ୍ସ ପାଇଥିବା ଜଣାପଡ଼ିଛି। ତା’ଭିତରୁ କେତେକ ୟୁନିଟ୍‌ରେ ଗଚ୍ଛିତ ଷ୍ଟକ୍‌ ଓ କାଗଜପତ୍ରରେ ରହିଥିବା ତଥ୍ୟରେ ତାଳମେଳ ନାହିଁ। ତେଣୁ ତା' ଉପରେ ମଧ୍ୟ ଚଦନ୍ତ କରାଯିବ। ସେହିପରି କ୍ରସର ଯୁନିଟ୍‌କୁ କେଉଁଠାରୁ ପଥର ଆସୁଛି ଓ କ୍ରସର ଯୁନିଟ କାହାକୁ ମାଲ ଯୋଗାଉଛି. ସେସବୁ ବିଷୟରେ ଏସଟିଏଫ୍ ଖୋଳତାଡ଼ କରୁଛି।

କ୍ରସର ୟୁନିଟ୍‌ ସହ ଚୋରା ପଥର ଖଣି ମାଫିଆଙ୍କ ଲିଙ୍କ ରହୁଛି। ତେଣୁ ଖଣି ମାଫିଆ ଓ କ୍ରସର ୟୁନିଟ ଯାଞ୍ଚ କରାଯାଉଛି। ଏହାଛଡ଼ା ନିକଟରେ ଆତ୍ମସମର୍ପଣ କରିଥିବା ଖଣି ମାଫିଆ ଛୋଟାର କେଉଁ କ୍ରସର ଯୁନିଟ୍ ସହ ଲିଙ୍କ ରହିଛି, ତା'ର ମଧ୍ୟ ଖୋଳତାଡ଼ କରାଯାଉଛି। ପଥର ଖଣି କାରବାର ପଛରେ ଥିବା 'ଲେଡି ଡନ୍‌' ଫେରାର ଥିବାବେଳେ ତା'ର କେଉଁ କେଉଁ ପଥର ଖଣି ସହ ଲିଙ୍କ ଅଛି ସେନେଇ ମଧ୍ୟ ଯାଞ୍ଚ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos