ମୃତ ୪ ସିମି ଆତଙ୍କବାଦୀଙ୍କ ଫାଇଲ ବନ୍ଦ କଲା ଏସ୍‌ଟିଏଫ୍

ରାଉରକେଲା (ଓଡ଼ିଶା ରିପୋର୍ଟର): ଗତବର୍ଷ ରାଉରକେଲାରୁ ସିମି ଆତଙ୍କବାଦୀ ଧରାପଡିବା ଘଟଣାରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ରାଉରକେଲା ପାନପୋଷ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ୪ ସିମି ଆତଙ୍କବାଦୀଙ୍କ ସମେତ ଜଣେ ଆତଙ୍କବାଦୀର ମାଆ ଓ ସେମାନଙ୍କୁ ପାନ୍‌କାର୍ଡ଼ ଯୋଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି। ଭୋପାଳ ଏନଆଇଏ ସମସ୍ତ ଆତଙ୍କବାଦୀଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା। ଏପରିକି ଭୋପାଳ ସେଣ୍ଟ୍ରାଲ ଜେଲର ହେଡଓ୍ୱାଡରଙ୍କୁ ହତ୍ୟା କରି ୪ […]

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 09:27 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ଗତବର୍ଷ ରାଉରକେଲାରୁ ସିମି ଆତଙ୍କବାଦୀ ଧରାପଡିବା ଘଟଣାରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ରାଉରକେଲା ପାନପୋଷ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି। ୪ ସିମି ଆତଙ୍କବାଦୀଙ୍କ ସମେତ ଜଣେ ଆତଙ୍କବାଦୀର ମାଆ ଓ ସେମାନଙ୍କୁ ପାନ୍‌କାର୍ଡ଼ ଯୋଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି। ଭୋପାଳ ଏନଆଇଏ ସମସ୍ତ ଆତଙ୍କବାଦୀଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା। ଏପରିକି ଭୋପାଳ ସେଣ୍ଟ୍ରାଲ ଜେଲର ହେଡଓ୍ୱାଡରଙ୍କୁ ହତ୍ୟା କରି ୪ ଆତଙ୍କବାଦୀ ଜେଲରୁ ଫେରାର ହୋଇଯାଇଥିଲେ। ପରେ ମଧ୍ୟପ୍ରଦେଶ ପୋଲିସ ଏନକାଉଣ୍ଟରରେ ସମସ୍ତ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଯେହେତୁ ସମସ୍ତ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ବିଚାର ପ୍ରକ୍ରିୟା ଆଉ ଆଗକୁ ଯିବ ନାହିଁ ବୋଲି ଏସଟିଏଫ୍ ଦର୍ଶାଇଛି। ତେବେ ଜଣେ ଆତଙ୍କବାଦୀଙ୍କ ମାଆ ନଜମା ବି. ଓ ପାନକାର୍ଡ ଯୋଗାଇଥିବା ନବୀନ ସାହୁଙ୍କ ବିରୋଧରେ ମାମଲା ଚାଲୁ ରହିବ।

Related story