ନାରାୟଣପାଟଣା: ସ୍ଥାୟୀ ନିଯୁକ୍ତି ଓ ମୌଳିକ ସମସ୍ୟାର ସମାଧାନ ଦାବି କଲା ନାଲକୋ ଖଣି ଆଞ୍ଚଳିକ ଉନ୍ନୟନ ପରିଷଦ

ନାରାୟଣପାଟଣା: ଦାମନଯୋଡ଼ି ସ୍ଥିତ ନାଲକୋ କଂପାନୀ ପାରିପାର୍ଶ୍ୱିକ ଗାଁଗୁଡ଼ିକର ଉନ୍ନତି ନେଇ କିଛି କରୁ ନାହିଁ। କଂପାନୀ ଯୋଗୁ ପ୍ରଭାବିତ ଗାଁଗୁଡ଼ିକର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଚାକିରିର ସୁଯୋଗ ଦିଆଯାଉ ନାହିଁ। ଏ ସବୁ ଅଭିଯୋଗ କରି ଶୁକ୍ରବାର ଲକ୍ଷ୍ମୀପୁର ଅନ୍ତର୍ଗତ ଭିତରଗଡ଼ ଗାଁ ନିକଟରେ ଯୁବକଯୁବତୀଙ୍କ ସମାବେଶ ହୋଇଥିଲା। ଲକ୍ଷ୍ମୀପୁର ବ୍ଲକର ପୂର୍ବତନ ସମିତି ଅଧ୍ୟକ୍ଷ ତଥା ନାଲକୋ ଖଣି ଆଞ୍ଚଳିକ ଉନ୍ନୟନ ପରିଷଦର ଆବାହକ କୁମୁଦ ଚନ୍ଦ୍ର ସାଉନ୍ତା ଏହି ସମାବେଶର ନେତୃତ୍ୱ ନେଇଥିଲେ। […]

narayanpatana

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 12:04 PM IST

ନାରାୟଣପାଟଣା: ଦାମନଯୋଡ଼ି ସ୍ଥିତ ନାଲକୋ କଂପାନୀ ପାରିପାର୍ଶ୍ୱିକ ଗାଁଗୁଡ଼ିକର ଉନ୍ନତି ନେଇ କିଛି କରୁ ନାହିଁ। କଂପାନୀ ଯୋଗୁ ପ୍ରଭାବିତ ଗାଁଗୁଡ଼ିକର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଚାକିରିର ସୁଯୋଗ ଦିଆଯାଉ ନାହିଁ। ଏ ସବୁ ଅଭିଯୋଗ କରି ଶୁକ୍ରବାର ଲକ୍ଷ୍ମୀପୁର ଅନ୍ତର୍ଗତ ଭିତରଗଡ଼ ଗାଁ ନିକଟରେ ଯୁବକଯୁବତୀଙ୍କ ସମାବେଶ ହୋଇଥିଲା। ଲକ୍ଷ୍ମୀପୁର ବ୍ଲକର ପୂର୍ବତନ ସମିତି ଅଧ୍ୟକ୍ଷ ତଥା ନାଲକୋ ଖଣି ଆଞ୍ଚଳିକ ଉନ୍ନୟନ ପରିଷଦର ଆବାହକ କୁମୁଦ ଚନ୍ଦ୍ର ସାଉନ୍ତା ଏହି ସମାବେଶର ନେତୃତ୍ୱ ନେଇଥିଲେ। ନାଲକୋ ଦ୍ୱାରା ପ୍ରଭାବିତ ଲକ୍ଷ୍ମୀପୁର ଓ ନାରାୟଣପାଟଣା ଅଞ୍ଚଳର କିଛି ଗାଁର ଯୁବକଯୁବତୀ ମଧ୍ୟରେ ଏଥିରେ ଯୋଗ ଦେଇଥିଲେ। କଂପାନୀରେ ପ୍ରଭାବିତ ଗାଁଗୁଡ଼ିକର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, ବୈଷୟିକ ଶିକ୍ଷା ପ୍ରଦାନ, ମୌଳିକ ସମସ୍ୟାଗୁଡ଼ିକର ସମାଧାନ, କଂପାନୀ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଚାଷ ଜମିଗୁଡ଼ିକ ପାଇଁ ଉଚିତ୍ କ୍ଷତିପୂରଣ ଆଦି ସମ୍ବଳିତ ଏକ ଦାବିପତ୍ର ନାଲକୋ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ୧୫ ତାରିଖ ସୁଦ୍ଧା ଏହି ଦାବିଗୁଡ଼ିକର ସମାଧାନ ନହେଲେ କଂପାନୀର ଖଣି ଖୋଳା କାର୍ଯ୍ୟ ବନ୍ଦ କରି ଦିଆଯିବ ବୋଲି କୁମୁଦ ଚନ୍ଦ୍ର ସାଉନ୍ତା କହିଛନ୍ତି।

Related story