ସ୍ୱତନ୍ତ୍ର ବିକାଶ ପରିଷଦ : ବିଭାଗ ବଦଳୁଛି, ବଦଳୁନି ଆଦିବାସୀଙ୍କ ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମତାସୀନ ବିଜେଡି ସରକାର ଗଠନ କରିଥିବା ‘ସ୍ୱତନ୍ତ୍ର ବିକାଶ ପରିଷଦ’(ଏସଡିସି) ଏଣକି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ କାର୍ଯ୍ୟ କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ‘ସ୍ୱତନ୍ତ୍ର ବିକାଶ ପରିଷଦ’ର ପ୍ରଶାସନିକ କାର୍ଯ୍ୟ ଓ ବଜେଟକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ଏହି […]

oraons-1

oraons-1

Tapas Behera
  • Published: Tuesday, 29 October 2019
  • Updated: 29 October 2019, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମତାସୀନ ବିଜେଡି ସରକାର ଗଠନ କରିଥିବା ‘ସ୍ୱତନ୍ତ୍ର ବିକାଶ ପରିଷଦ’(ଏସଡିସି) ଏଣକି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ କାର୍ଯ୍ୟ କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ‘ସ୍ୱତନ୍ତ୍ର ବିକାଶ ପରିଷଦ’ର ପ୍ରଶାସନିକ କାର୍ଯ୍ୟ ଓ ବଜେଟକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ଏହି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ରାଜ୍ୟ ସରକାର ୨୦୧୭-୧୮ ଓ ୨୦୧୮-୧୯ରେ ୩୫୦କୋଟି ଟଙ୍କା ବ୍ୟୟ କରିଥିବାବେଳେ ଏବର୍ଷ ମଧ୍ୟ ୧୭୫କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ତେବେ ଏଥିରେ ସାଧାରଣ ଆଦିବାସୀଙ୍କ ଭାଗ୍ୟରେ ପରିବର୍ତ୍ତନ ହେବା ପରିବର୍ତ୍ତେ ଏହା ଶାସକ ଦଳର ନେତା ଓ କର୍ମୀଙ୍କ ନିମନ୍ତେ ଥଇଥାନର କେନ୍ଦ୍ରସ୍ଥଳୀ ପାଲଟିଥିବା ସାଧାରଣରେ ଚର୍ଚ୍ଚା।

ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଗତ ୨୫ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ ‘ସ୍ୱତନ୍ତ୍ର ବିକାଶ ପରିଷଦ’ର ପ୍ରଶାସନିକ ନିୟନ୍ତ୍ରଣ ଓ ବଜେଟକୁ ଯୋଜନା ଓ ସଂଯୋଜନ ବିଭାଗରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ସ୍ଥାନାନ୍ତର କରାଯାଇଛି। ସ୍ୱତନ୍ତ୍ର ବିକାଶ ପରିଷଦ ଅନ୍ତର୍ଗତ ୯ଟି ଆଦିବାସୀବହୁଳ ଜିଲ୍ଲା ଯଥା ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝର, କନ୍ଧମାଳ ଓ ଗଜପତିର ମୋଟ ୧୧୯ଟି ବ୍ଲକର ୧୮,୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାର ରହିଛି। ଏହି ପରିଷଦ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ, ସଂରକ୍ଷଣ ଓ ପ୍ରୋତ୍ସାହନ କରିବା ସହ ଆଦିବାସୀଙ୍କ ମୌଳିକ ପରିଚୟକୁ ଅକ୍ଷୂଣ୍ଣ ରଖିବା ଦିଗରେ କାର୍ଯ୍ୟ କରିବ। ଏଥିପାଇଁ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ୧୧୯ଟି ବ୍ଲକକୁ ଦେଢ଼ କୋଟି ଟଙ୍କା ଲେଖାଏ ଅତିରିକ୍ତ ଅନୁଦାନ ଦେଉଛନ୍ତି। ଏହି ଆଦିବାସୀମାନଙ୍କ ମୌଳିକତା ଓ ପରମ୍ପରାକୁ ବଜାୟ ରଖି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ମୌଳିକ ସୁବିଧା ପ୍ରଦାନ ଦିଗରେ ଆବଶ୍ୟକ କାର୍ଯ୍ୟପନ୍ଥା ପରିବର୍ତ୍ତେ ରାଜ୍ୟ ସରକାର ସେମାନଙ୍କ ମଉଜମଜଲିସ୍ ପାଇଁ ପାଣ୍ଠି ଆବଣ୍ଟନ କରିବାରେ ଲାଗିଛନ୍ତି। ଏହି ଆଦିବାସୀ ପରିବାରଗୁଡ଼ିକ ପାଖରେ ରହିବା ପାଇଁ ପକ୍କାଘର, ପାନୀୟ ଜଳ ସୁବିଧା, ସେମାନଙ୍କର ଗାଁକୁ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ଜୀବିକା ନିର୍ବାହ ପାଇଁ ସମ୍ବଳ ଆଦି ଉପଲବ୍ଧ କରିବା ଦିଗରେ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ନେବାରେ ସରକାର ସକ୍ଷମ ହୋଇନାହାନ୍ତି।

ଅବଶ୍ୟ ଆଦିବାସୀମାନଙ୍କ ୩୭୫୬ଟି ପାରମ୍ପରିକ ପୂଜାସ୍ଥଳୀଗୁଡ଼ିକ(ଗାଁ ଓ ପଡ଼ା)ର ସୁରକ୍ଷା ଓ ସଂରକ୍ଷଣ, ଆଦିବାସୀ ହାଟର ବିକାଶ, ୯୪୯୩ଜଣ ଆଦିବାସୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବୁଲାଇ ନେବା, ୨୧ଟି ଆଦିବାସୀ ଭାଷାର ଅଭିଧାନ ପ୍ରସ୍ତୁତ କାର୍ଯ୍ୟ ଏହି ଯୋଜନା ଅନ୍ତର୍ଗତ କରାଯାଇଥିବା ରାଜ୍ୟ ସରକାର ଦାବି କରିଛନ୍ତି।
ତା’ଛଡ଼ା ଜିଲ୍ଲାସ୍ତରରେ ଏହି ୯ଟି ଜିଲ୍ଲାରେ ଗଠନ ହୋଇଥିବା ‘ସ୍ୱତନ୍ତ୍ର ବିକାଶ ପରିଷଦ’ ଗତ ଦୁଇବର୍ଷ ଧରି କ’ଣ ସବୁ କାର୍ଯ୍ୟ କରିଛି ତାକୁ ରାଜ୍ୟ ସରକାର ମଧ୍ୟ ନିୟମିତ ଭାବେ ସାର୍ବଜନୀନ କରୁନାହାନ୍ତି। ଯଦିଓ ଜିଲ୍ଲାସ୍ତରର ସ୍ୱତନ୍ତ୍ର ବିକାଶ ପରିଷଦଗୁଡ଼ିକ କାର୍ଯ୍ୟକ୍ଷମ ରହିଛି। ଏସବୁ ଏବେ ବିଜେଡି ନେତାମାନଙ୍କ ଥଇଥାନ କେନ୍ଦ୍ର କରାଯାଇଥିବାବେଳେ ଏହାର ଅଧ୍ୟକ୍ଷମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦିଆଯାଉଛି। ଗତ ଅଗଷ୍ଟ ମାସରେ ମାଲକାନଗିରିରେ ଦଳୀୟ ନେତା ମାନସ ମାଡ଼କାମୀ ଓ ସୁନ୍ଦରଗଡ଼ରେ ପରାଜିତ ପ୍ରାର୍ଥୀ ବିନୟ ଟପୋଙ୍କୁ ଜିଲ୍ଲାର ଏସଡିସି ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଏବେବି ମୟୂରଭଞ୍ଜ ଓ ଗଜପତି ଜିଲ୍ଲାର ଏସଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି।
ବାର୍ଷିକ ୧୭୫କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟୟବରାଦ କରୁଥିବା ରାଜ୍ୟ ସରକାର ଯଦି ଆଦିବାସୀଙ୍କ ମୌଳିକ ସମସ୍ୟାର ସମାଧାନ ଓ ସେମାନଙ୍କୁ ଆତ୍ମସ୍ୱାବଲମ୍ବୀ କରିବା ଦିଗରେ ଯତ୍ନବାନ ହୁଅନ୍ତେ ତଥା ବିଭିନ୍ନ ଯୋଜନାରେ ବ୍ୟୟବରାଦ କରୁଥିବା ପାଣ୍ଠି ସେମାନଙ୍କ ପାଖରେ କିଭଳି ପହଞ୍ଚୁଛି ତା’ର ତଦାରଖ କରିବାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରନ୍ତେ ତା’ହେଲେ ଆଦିବାସୀମାନଙ୍କ ସ୍ଥିତି ସୁଧୁରିବାକୁ ବେଶୀଦିନ ଲାଗନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story