ଏମିତି ଆସେ ମୃତ୍ୟୁ; କିଛି ନଥିଲା, ହଠାତ ଚାଲିଗଲେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ି ଆସିଲା ବର୍ଷା ଓ ପବନ। ତରବର ହୋଇ ତେଲ ଲୁଣ ସଂସାର ଚାଲୁଥିବା ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରିଲେ ଶତ୍ରୁଘ୍ନ। ହେଲେ କିଏ ଜାଣିଥିଲା ଦୋକାନ ବାହାରେ ତାଙ୍କୁ ପାଇଁ ଅପେକ୍ଷା କରିଥିଲା ମୃତ୍ୟୁ। ଦୋକାନ ପାଖରେ ଥିବା  ବର ଗଛଟି ହଠାତ ଉପୁଡ଼ି ପଡ଼ିଲା। ଆଉ ଦୁର୍ଭାଗ୍ୟକୁ ଶତ୍ରୁଘ୍ନଙ୍କ ଉପରେ ପଡ଼ିଲା ଗଛ। ଆଉ ସେଇଠି ସବୁଦିନ ପାଇଁ ସେ ଆଖି ବୁଜିଦେଲେ। ଆଜି ଏପରି […]

storm in balasore today

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 10:09 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ି ଆସିଲା ବର୍ଷା ଓ ପବନ। ତରବର ହୋଇ ତେଲ ଲୁଣ ସଂସାର ଚାଲୁଥିବା ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରିଲେ ଶତ୍ରୁଘ୍ନ। ହେଲେ କିଏ ଜାଣିଥିଲା ଦୋକାନ ବାହାରେ ତାଙ୍କୁ ପାଇଁ ଅପେକ୍ଷା କରିଥିଲା ମୃତ୍ୟୁ। ଦୋକାନ ପାଖରେ ଥିବା  ବର ଗଛଟି ହଠାତ ଉପୁଡ଼ି ପଡ଼ିଲା। ଆଉ ଦୁର୍ଭାଗ୍ୟକୁ ଶତ୍ରୁଘ୍ନଙ୍କ ଉପରେ ପଡ଼ିଲା ଗଛ। ଆଉ ସେଇଠି ସବୁଦିନ ପାଇଁ ସେ ଆଖି ବୁଜିଦେଲେ। ଆଜି ଏପରି ଦୁଃଖଦ ଘଟଣା ବାଲେଶ୍ୱରରେ ଘଟିଛି।

ଆଜି ସନ୍ଧ୍ୟା ବେଳେ ବାଲେଶ୍ୱର ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ପରେ ବର୍ଷିବା ସହିତ ପ୍ରବଳ ବେଗରେ ପବନ ବୋହିଥିଲା। ମଝିରେ ମଝିରେ ଘଡଘଡ଼ି ମଧ୍ୟ ମାରିଥିଲା। ଏହି ସମୟରେ ଚାନ୍ଦିପୁର ଥାନା ପଦ୍ମପୁର ପଞ୍ଚାୟତ ମଝିକିଆ ଗାଁର ଶତ୍ରୁଘ୍ନ ଦାସ ନିଜ ପାନ ଦୋକାନ ବନ୍ଦ କରୁଥିଲେ। ହଠାତ ପାଖରେ ଥିବା ବର ଗଛଟି ଉପୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story