ଆସନ୍ତାକାଲି କାଳବୈଶାଖୀ, କେଉଁଠି ହୋଇପାରେ ପଢନ୍ତୁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ ଜନିତ ବର୍ଷା।   ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ବିଶେଷ କରି ରାଜ୍ୟର ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ବିଭାଗ କହିଛି ।  ସକାଳ ସମୟରେ ଖରା ହେବ।  ତେବେ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ଏହା ପ୍ରଭାବରେ କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ […]

cyclone

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 10:55 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ ଜନିତ ବର୍ଷା।   ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ବିଶେଷ କରି ରାଜ୍ୟର ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ବିଭାଗ କହିଛି ।  ସକାଳ ସମୟରେ ଖରା ହେବ।  ତେବେ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ଏହା ପ୍ରଭାବରେ କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ  କମ୍ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ୨୦ ତାରିଖ ପରଠାରୁ ରାଜ୍ୟରେ ପୁଣିଥରେ ତାତିର ପ୍ରକୋପ ବଢିବା ନେଇ ବିଭାଗ ସୂଚନା ଦେଇଛି।  

Related story