ଖାଉଟି ସାମଗ୍ରୀର କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଏବେ ରାଜ୍ୟବ୍ୟାପୀ ଲକଡାଉନ୍ ରହିଛି। ଏହି ସମୟରେ ଖାଉଟି ସାମଗ୍ରୀର କଳାବଜାରୀକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଲକଡାଉନବେଳେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି ବୋଲି ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିବା […]

commodities

commodities

Ranjit Kumar Jena
  • Published: Thursday, 06 May 2021
  • Updated: 06 May 2021, 12:06 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଏବେ ରାଜ୍ୟବ୍ୟାପୀ ଲକଡାଉନ୍ ରହିଛି। ଏହି ସମୟରେ ଖାଉଟି ସାମଗ୍ରୀର କଳାବଜାରୀକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଲକଡାଉନବେଳେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି ବୋଲି ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିବା ସହ ବେଆଇନ ମହଜୁଦ ଓ କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି।

ଚାଉଳ, ଡାଲି, ଅଟା, ମଇଦା, ସୁଜି ଓ ଖାଇବା ତେଲଠୁ ଆରମ୍ଭ କରି ଆଳୁ,ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠୁ ଅଧିକ ରହିଛି ବୋଲି ସେ କହିଛନ୍ତି। ତେଣୁ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ହୋଇଥିବା ଲକଡାଉନବେଳେ ଅତ୍ୟାବଶ୍ୟକ ସାମଗ୍ରୀକୁ ବେଆଇନ ଭାବେ ମହଜୁଦ ନକରିବାକୁ ସେ ବ୍ୟବସାୟୀମାନଙ୍କୁ ତାଗିଦ୍ କରିଛନ୍ତି।

ଲକଡାଉନ ହୋଇଥିଲେ ମଧ୍ୟ ଅତ୍ୟାବଶ୍ୟକ ଓ ଖାଉଟି ସାମଗ୍ରୀର ଆମଦାନୀ ଓ ପରିବହନ ଉପରେ କଟକଣା ନାହିଁ। ତେଣୁ ଲୋକେ କେବଳ ନିଜର ଆବଶ୍ୟକତା ଅନୁସାରେ ଖାଉଟି ସାମଗ୍ରୀ କିଣିବା ପାଇଁ ଓ ଅଯଥା ମହଜୁଦ ନକରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଲକଡାଉନବେଳେ ଗୋଦାମରେ ବେଆଇନ ଗଚ୍ଛିିତ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକ ମାଲଗୋଦାମରେ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଉପରେ ନଜର ରଖିବାକୁ ୧୨ଜଣିଆ କମିଟି ଗଠନ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos