ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲରେ ରୋଗ ନିରାକରଣ ଟିକା ନେବା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସ୍ଥିତ ୬ ନମ୍ୱର ସେକ୍ଟରରେ ଥିବା ମହିମା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ସୁମନଜିତ ପ୍ରଧାନ। ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଭିଭାବକଙ୍କ ସହ ସ୍ଥାନୀୟ ଲୋକେ ସ୍କୁଲକୁ ଘେରାଉ କରିଛନ୍ତି।  […]

rkl

rkl

Jyoshna Pradhan
  • Published: Friday, 13 September 2019
  • Updated: 13 September 2019, 11:11 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲରେ ରୋଗ ନିରାକରଣ ଟିକା ନେବା ଯୋଗୁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସ୍ଥିତ ୬ ନମ୍ୱର ସେକ୍ଟରରେ ଥିବା ମହିମା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ସୁମନଜିତ ପ୍ରଧାନ। ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଭିଭାବକଙ୍କ ସହ ସ୍ଥାନୀୟ ଲୋକେ ସ୍କୁଲକୁ ଘେରାଉ କରିଛନ୍ତି।  ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ୭ ନମ୍ବର ଥାନା ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଏହି ଘଟଣା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲରେ ଟିକାକରଣ ବନ୍ଦ ରଖିବାକୁ ସୁନ୍ଦରଗଡ଼ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ଟିମ୍‌ ତଦନ୍ତ କରିବ।

ସୂଚନାଯୋଗ୍ୟ, ଗତକାଲି ଅଙ୍ଗନବାଡ଼ି ପକ୍ଷରୁ ସ୍କୁଲରେ ରୋଗ ନିରାକରଣ ଟିକା ଦିଆଯାଇଥିଲା। ତେବେ ଟିକା ନେବା ପରେ ସୁମନଜିତ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଆଇଜିଏଚ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଇଂଜେକସନ ଯୋଗୁ ସୁମନଜିତର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos