ମିଛ ଦୁର୍ଘଟଣା, ସତ ନାଟକ

ଉମରକୋଟ(ଓଡ଼ିଶା ରିପୋର୍ଟର): ମିଛ ଦୁର୍ଘଟଣା। ସତ ନାଟକ। ବାରମ୍ବାର ଦୁର୍ଘଟଣା ପରେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ। ରାସ୍ତା ଉପରେ ଶୋଇ ପ୍ରଶାସନକୁ ପରିସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି ଛାତ୍ରଛାତ୍ରୀ। ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲାର ଉମରକୋଟରୁ ରାଇଘର ରାସ୍ତାର ଗଞ୍ଜାପାରା ନିକଟରେ। ରାଇଘର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତା ଉପରେ ଶୋଇ ଦୁର୍ଘଟଣାର ପ୍ରତିକାତ୍ମକ ଚିତ୍ର ପ୍ରଦର୍ଶନ କରିଛନ୍ତି। ରାସ୍ତାର ଅବସ୍ଥା ଓ ଏହି ବାଟ ଦେଇ ଗଲା ପରେ […]

7nm

7nm

Tapas Behera
  • Published: Monday, 09 March 2020
  • Updated: 09 March 2020, 08:25 PM IST

Sports

Latest News

ଉମରକୋଟ(ଓଡ଼ିଶା ରିପୋର୍ଟର): ମିଛ ଦୁର୍ଘଟଣା। ସତ ନାଟକ। ବାରମ୍ବାର ଦୁର୍ଘଟଣା ପରେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରତିବାଦ। ରାସ୍ତା ଉପରେ ଶୋଇ ପ୍ରଶାସନକୁ ପରିସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି ଛାତ୍ରଛାତ୍ରୀ।

ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲାର ଉମରକୋଟରୁ ରାଇଘର ରାସ୍ତାର ଗଞ୍ଜାପାରା ନିକଟରେ। ରାଇଘର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତା ଉପରେ ଶୋଇ ଦୁର୍ଘଟଣାର ପ୍ରତିକାତ୍ମକ ଚିତ୍ର ପ୍ରଦର୍ଶନ କରିଛନ୍ତି।

ରାସ୍ତାର ଅବସ୍ଥା ଓ ଏହି ବାଟ ଦେଇ ଗଲା ପରେ କିପରି ଦୁର୍ଘଟଣା ହୁଏ ସେ ନେଇ ନାଟକ ମାଧ୍ୟମରେ ଦର୍ଶାଇଛନ୍ତି ଛାତ୍ରଛାତ୍ରୀ। ଏହାସହ କିଛି ଛାତ୍ର ପ୍ଲାକାର୍ଡ ଧରି ଘଟଣାକୁ ପ୍ରତିବାଦ କରିଛନ୍ତି। ସୂଚନା ଅନୁଯାୟୀ, ଉମରକୋଟରୁ ରାଇଘର ଯିବା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ଖାଲ ଖମା ସହ କିଛି କିଛି ସ୍ଥାନରେ ରାସ୍ତା ଥିବା ବି ଜଣାପଡ଼ୁନି। ଫଳରେ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ପ୍ରତିଦିନ ଘଟିଥାଏ। ଯାହାକୁ ପ୍ରତିବାଦ କରି ଛାତ୍ରଛାତ୍ରୀ ମାନେ ଏଭଳି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos