ସୁରଟ:ସୁଦୂର ସୁରଟ୍ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ। ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ।
ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ ପୋଖରୀ ଭତରକୁ ଚାଲି ଯାଇଥିଲେ। ଉଭୟଙ୍କର ମୃତ୍ୟୁ ଘଟିଛି।
ସୂଚନାଥାଉ କି, କିଶନଙ୍କ ମା’ ଏବଂ ଭାଇ ସୁରଟର ଏକ ଘରୋଇ କମ୍ପାନୀରେ କାମ କରନ୍ତି।