ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଆତ୍ମାହୁତି ଦେଲେ ଛାତ୍ରୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଆତ୍ମାହୁତି ଦେଲେ ଛାତ୍ରୀ। ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଦିଗପହଣ୍ଡି ଏନ୍ଏସି ରାଣୀସାହିର କଳ୍ପନା ଜେନା ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ବାହାରିବା ପୂର୍ବରୁ କଳ୍ପନା […]

Death

Death

Manoranjan Sial
  • Published: Wednesday, 06 July 2022
  • Updated: 06 July 2022, 06:10 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଆତ୍ମାହୁତି ଦେଲେ ଛାତ୍ରୀ। ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଦିଗପହଣ୍ଡି ଏନ୍ଏସି ରାଣୀସାହିର କଳ୍ପନା ଜେନା ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ବାହାରିବା ପୂର୍ବରୁ କଳ୍ପନା ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ କଳ୍ପନା କିରାସିନି ଧରି ଘର ଭିତରକୁ ଯାଇଥିଲେ। ଘର ଭିତର ପାର୍ଶ୍ୱରୁ କବାଟ ବନ୍ଦକରି ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ।

ଘର ଭିତରେ ନିଆଁ ଜଳୁଥିବା ଦେଖି ପରିବାର ଲୋକେ ବିଚଳିତ ହୋଇପଡ଼ିଥିଲେ। ବହୁ କଷ୍ଟରେ କବାଟ ଭାଙ୍ଗି ଘର ଭିତରୁ କଳ୍ପନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos