ନିଆଁ ଦେଖି ନରମିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରମିଲେ ସରକାର।  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ହେବାପରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଚାଲିଛି। ଏହାକୁ ଦେଖି ଆଜି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।  ସରକାର ଏନେଇ ବିଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏହାଛଡ଼ା ପିଲାମାନଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ପୁଣି ଦୋହରାଇଛନ୍ତି ମନ୍ତ୍ରୀ।  ଯଦି ପିଲା ଭାବୁଛନ୍ତି ସେମାନେ […]

bb

bb

Tapas Behera
  • Published: Tuesday, 21 January 2020
  • Updated: 21 January 2020, 03:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରମିଲେ ସରକାର।  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ହେବାପରେ ରାଜ୍ୟରେ ବିଭିନ୍ନ କଲେଜରେ ଆନ୍ଦୋଳନ ଚାଲିଛି। ଏହାକୁ ଦେଖି ଆଜି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।  ସରକାର ଏନେଇ ବିଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏହାଛଡ଼ା ପିଲାମାନଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ପୁଣି ଦୋହରାଇଛନ୍ତି ମନ୍ତ୍ରୀ।  ଯଦି ପିଲା ଭାବୁଛନ୍ତି ସେମାନେ ପ୍ରସ୍ତୁତ ନୁହଁନ୍ତି ତେବେ ଏହା ଏବର୍ଷ ଲାଗୁ କରାନଯିବା ନେଇ ସରକାର ବିଚାର କରିବେ ବୋଲି କହିଛନ୍ତି ସମୀର ଦାଶ।

ଅନ୍ୟପଟେ ଆଜି ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ଭୁବନେଶ୍ୱର ସ୍ଥିତ ରମାଦେବୀ ଜୁନିୟର କଲେଜର ଛାତ୍ରୀ ଓ ଭୁବନେଶ୍ୱରର ନୀଳାଦ୍ରି ବିହାରରେ ଥିବା ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ।  ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦର୍ଶାଇବା ସହ ଏଥିପାଇଁ ଅଧିକ ସମୟ କିମ୍ବା ଆଗାମୀ ଶିକ୍ଷାବର୍ଷରୁ ଲାଗୁ ପାଇଁ ଦାବି କରିଥିଲେ।

ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଗତକାଲି ରାଜ୍ୟବ୍ୟାପୀ କଲେଜରେ ଆନ୍ଦୋଳନ କରାଯାଇଥିଲା। ଏମିତିକି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos