ଫାଷ୍ଟ ୟର୍‌ ପାସ୍‌-ଫେଲ କଥା କହି ନିଆଁ ଲଗାଇଲେ ସରକାର, ପରିସ୍ଥିତି ଅସମ୍ଭାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍ ନିଷ୍ପତ୍ତିକୁ ତୀବ୍ର ବିରୋଧ । ରାଜ୍ୟବ୍ୟାପୀ କଲେଜରେ ଆନ୍ଦୋଳନ ସାଙ୍ଗକୁ ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି । ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦର୍ଶାଇବା ସହ ଏଥିପାଇଁ ଅଧିକ ସମୟ କିମ୍ବା ଆଗାମୀ ଶିକ୍ଷାବର୍ଷରୁ ଲାଗୁ ପାଇଁ ଦାବି କରିଛନ୍ତି। ତେଣେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି,ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା […]

n-908

n-908

Tapas Behera
  • Published: Monday, 20 January 2020
  • Updated: 20 January 2020, 07:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍ ନିଷ୍ପତ୍ତିକୁ ତୀବ୍ର ବିରୋଧ । ରାଜ୍ୟବ୍ୟାପୀ କଲେଜରେ ଆନ୍ଦୋଳନ ସାଙ୍ଗକୁ ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି । ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦର୍ଶାଇବା ସହ ଏଥିପାଇଁ ଅଧିକ ସମୟ କିମ୍ବା ଆଗାମୀ ଶିକ୍ଷାବର୍ଷରୁ ଲାଗୁ ପାଇଁ ଦାବି କରିଛନ୍ତି। ତେଣେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି,ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ।  ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ।

ନାରାବାଜି, ରାସ୍ତାରୋକ, ଭଙ୍ଗାରୁଜା ପୁରୀରୁ କଟକ, ରାଜଧାନୀରୁ ସାରା ରାଜ୍ୟ । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖି ପାସ୍ କରିବା ବାଧ୍ୟତାମୂଳକ ନିଷ୍ପତ୍ତିକୁ ନେଇ ସବୁଠି ଛାତ୍ର ଅଶାନ୍ତିର ନିଆଁ।  ରାଜଧାନୀର ପ୍ରମୁଖ କଲେଜ-ମହର୍ଷି, ରାଜଧାନୀ, ଦେବରାୟ, ଓ ଏକାମ୍ର କଲେଜ ଏମିତି ସବୁଠି ଶିକ୍ଷା ବିଭାଗ ବିରୋଧରେ ଛାତ୍ରଛାତ୍ରୀଙ୍କ ରୋଷ ଦେଖିବାକୁ ମିଳିଛି। ସେମାନଙ୍କ ଅଭିଯୋଗ ବର୍ଷ ଶେଷବେଳକୁ ହଠାତ୍ ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଟେନ୍‌ସନ୍ ବଢ଼ାଇଛି ବର୍ତ୍ତମାନ ସୁଦ୍ଧା ପ୍ରଥମ ବର୍ଷର କୋର୍ସ ଠିକ୍‌ରେ ସରିନାହିଁ।

ତେଣୁ ଫବୃଆରୀ ମାସରେ ବିଭଳି ସେମାନେ ପରୀକ୍ଷା ଦେବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ତେଣୁ ନୂଆ ନିୟମ ଲାଗୁ ପାଇଁ ଅଧିକ ସମୟ ଦିଆଯାଉ ଅବା ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ କଟକର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିଥିଲେ।

ସାରା ରାଜ୍ୟରେ ଏଭଳି ଛାତ୍ର ଅଶାନ୍ତି ଦେଖି ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଏଭଳି ନିଷ୍ପତ୍ତିକୁ ନେଇ ଭୟଭୀତ ନହେବାକୁ ପିଲାଙ୍କୁ ପରାମର୍ଶ ଦେବା ସହ ପୂର୍ବବର୍ଷ ମାନଙ୍କ ଭଳି ଏବର୍ଷ ମଧ୍ୟ ନିଜସ୍ୱ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ ଓ ଏଥର ପ୍ରଥମ ବର୍ଷ ପରୀକ୍ଷାକୁ ବ୍ୟବସ୍ଥିତ ଭାବେ କରାଯିବ ବୋଲି କହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସଫେଇ ଦେଇଛନ୍ତି ଶିକ୍ଷାମନ୍ତ୍ରୀ ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଲାଗି ରଖିବାକୁ ହେବ ୩୩ ପ୍ରତିଶତ ମାର୍କ । ନଚେତ୍ ଦ୍ୱିତୀୟ ବର୍ଷକୁ ଯାଇ ହେବନାହିଁ କ୍ଲାସ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସହ ପାଠପଢା ପ୍ରତି ଆଗ୍ରହ ବଢାଇବା ଉଦ୍ଦେଶ୍ୟରେ ଗତ ୧୪ ତାରିଖ ଦିନ ଏହି ନିଷ୍ପତ୍ତି ନେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତେବେ ଏଥିପାଇଁ ଜଣେ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ । ଫେବୃଆରୀରେ ଜଣେ ଅକୃତକାର୍ଯ୍ୟ ହେଲେ ମେ ମାସରେ ବି ପରୀକ୍ଷା ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story